କଟକ : ବିଶ୍ୱ ରକ୍ତଦାତା ଦିବସ ଅବସରରେ ପୋତାପୋଖରୀ, ବିନାୟକନଗର ସ୍ଥିତ ଅନନ୍ତଗୋପାଳ ଭକ୍ତ ସମାଜ ସେବାସଂଘ ତରଫରୁ ୧୯ତମ ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ପ୍ରଫେସର ବୈଷ୍ଣବ ସାମଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବିଶାଳ ରକ୍ତଦାନ ଶିବିରଟିକୁ ଛତିଆବଟ ମଣିମା ଶ୍ରୀ ଶ୍ରୀ ଶ୍ରୀ ପ୍ରଦ୍ୟୁମ୍ନ କୁମାର ଦାସ ଏବଂ ଭାରତୀୟ ଜନତା ପାର୍ଟି କଟକ ଜିଲ୍ଲା ସଭାପତି ସୁକାନ୍ତ ବିଶ୍ୱାଳ ପ୍ରମୁଖ ଯୋଗଦେଇ ଏହାକୁ ଉଦଘାଟନ କରିଥିଲେ । ପୂର୍ବବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଚୌଦ୍ୱାର କଟକର ପୂର୍ବତନ ବିଧାୟକ ଡଃ ପ୍ରଭାତ ରଞ୍ଜନ ବିଶ୍ୱାଳ ଉପସ୍ଥିତ ରହି ଶିବିରଟିକୁୁ ପରିଚାଳନା କରିଥିଲେ । ଏହି ରକ୍ତଦାନ ଶିବିରରୁ ମୋଟ ୧୩୩୯ ୟୁନିଟି ରକ୍ତ ସଂଗୃହିତ ହୋଇଥିଲା । ଏହି ଶିବିରରେ ୪୭ନଂ ୱାର୍ଡ କର୍ପୋରେଟର ଇଂ ସୁବ୍ରତ ଘଡାଇ, ଚାଉଳିଆଗଞ୍ଜ ପୂଜା କମିଟିର ସମ୍ପାଦକ ନିରଞ୍ଜନ ସାହୁ, ଅଶୋକ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଶିବରରେ ଡ. ବିକାଶ ମହାଭୋଇ, ଡ. ଅରୂପ ସ୍ୱାଇଁ, ଡ. ଜ୍ୟୋତିରଞ୍ଜନ ସାମଲ, ବିଭୁତି ଭୂଷଣ ପାଳ, ଅଭିମନ୍ୟୁ ଓଝା, ସୁକାନ୍ତ ସାହାଣୀ ପ୍ରମୁଖ ପୂର୍ଣ୍ଣମାତ୍ରାରେ ସହଯୋଗ କରିଥିବା ବେଳେ ସେବା ସଂଘର ସମ୍ପାଦକ ତଥା ଆଇନଜୀବୀ ନିକୁଞ୍ଜ କୁମାର ଦେଓ ସମସ୍ତ ରକ୍ତଦାତାଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।