ବୌଦ୍ଧ, ୧୭/୦୬(ସର୍ବେଶ୍ୱର କ୍ଷେତି): ବୌଦ୍ଧ ରାଜବାଟୀସ୍ଥିତ ମାହେଶ୍ୱରୀ ସଂସ୍କୃତି ଭବନଠାରେ ଅଲ ଓଡିଶା ସ୍ନାତକ ଅଙ୍ଗନୱାଡି କର୍ମୀ ସଙ୍ଘର ଆହ୍ୱାନ କ୍ରମେ ବୌଦ୍ଧ ଜିଲ୍ଲାରେ ଏକ କମିଟି ଗଠନ କରିବା ପାଇଁ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ଜିଲ୍ଲା ପର୍ଯବେକ୍ଷକ ଭାବେ ବରଗଡ଼ ଜିଲ୍ଲା ସଭାନେତ୍ରୀ ବିନ୍ଦୁଲତା ପ୍ରଧାନ, ସମ୍ପାଦିକା କ୍ରିଷ୍ଣା ପାଣ୍ଡେ, କୋଷାଧ୍ୟକ୍ଷା ଜ୍ୟୋସ୍ନାରାଣୀ ପ୍ରଧାନ ଓ ଉପଦେଷ୍ଟା ତ୍ରିଲୋଚନ ସାହୁ ଯୋଗଦେଇ ସରକାର ସ୍ନାତକ କର୍ମୀମାନଙ୍କୁ ଅଗ୍ରାଧିକାର ଭିତିରେ ନିଯୁକ୍ତି ଦେବା ପାଇଁ ଦାବୀ ଉପସ୍ଥାପନା କରିଥିଲେ l ସାରା ଓଡିଶାର ପ୍ରତ୍ୟେକ ଜିଲ୍ଲାରେ ସଂଗଠନ କରି ଜିଲ୍ଲା ୱାରୀ ନିଯୁକ୍ତି ପାଇଁ ସଙ୍ଘ ଧ୍ୟାନ ଦେବା ସହିତ ଲଢେଇ କରିବ ବୋଲି ପ୍ରତିଶୃତି ଦେଇଥିଲେ l ଉକ୍ତ ଅବସରରେ ବୌଦ୍ଧ ଜିଲ୍ଲା କମିଟି ଗଠନ କରାଯାଇ ସଭାନେତ୍ରୀ ଭାବେ କଲ୍ୟାଣୀ ମିଶ୍ର, ଉପ ସଭାନେତ୍ରୀ ଲିଲି ପ୍ରଧାନ, ସମ୍ପାଦିକା ସୁପ୍ରଭା ମିଶ୍ର, ସହ ସମ୍ପାଦିକା ମାନସୀ ସାହୁ, କୋଷାଧ୍ୟକ୍ଷା ସୁଚିତ୍ରା ଦେହୁରୀ, କାର୍ଯ୍ୟକାରୀ ସଦସ୍ୟା ଭାବେ ସୁନନ୍ଦା ନାଏକ, ପୁଷ୍ପାଞ୍ଜଳି ନାଗ, ଶୋଭାଗିନୀ ପାଢ଼ୀ, କୈଳାସ ନାଏକ, ସୁମତୀ ନାଏକଙ୍କୁ ସର୍ବସମ୍ମତିକ୍ରମେ ମନୋନୀତ କରାଯାଇ ଦାୟିତ୍ୱ ଅର୍ପଣ କରାଯାଇଥିଲା l ଆସନ୍ତା ଦିନରେ ରାଜ୍ୟ ସଙ୍ଘ ଯେଉଁ ନିଷ୍ପତ୍ତି ନେବ ତାହା ସମସ୍ତେ ମାନି କାର୍ଯ୍ୟ କରିବା ପାଇଁ ଶପଥ ନେଇଥିଲେ l