କଟକ, ତା୧୧।୦୩ : କଟକ ନୟାସଡ଼କ ସ୍ଥିତ ଇମର୍ତ୍ତୀଦେବୀ ମହିଳା ମହାବିଦ୍ୟାଳୟରେ ଅଧ୍ୟକ୍ଷା ଡ଼କ୍ଟର ସାଗରିକା ମହାନ୍ତିଙ୍କ ପୌରହିତ୍ୟରେ ଯୁକ୍ତ ୩ ପ୍ରଥମ ବର୍ଷ ପାଇଁ ଉଦ୍ଦିଷ୍ଟ ଆତ୍ମ ସୁରକ୍ଷା ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍ଘାଟିତ ହୋଇଯାଇଅଛି । କଲେଜର ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିରର ଦାୟିତ୍ଵରେ ଥିବା ଅଧିକାରୀ ଡ଼କ୍ଟର ପ୍ରମୋଦିନୀ ସାହୁଙ୍କ ଦ୍ଵାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଧ୍ଯକ୍ଷା ପ୍ରଶିକ୍ଷଣାର୍ଥୀମାନଙ୍କୁ ଉଦ୍ବୋଧନ କରିବା ସହିତ ଦିଗ୍ଦର୍ଶନ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କଟକ ମହାନଗର ନାଗରିକ ମହାସଭାର ସଭାପତି ଡ଼ାକ୍ତର ରବି ରଞ୍ଜନ ସାହୁ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଛାତ୍ରୀମାନଙ୍କୁ ସାମ୍ପ୍ରତିକ ପରିସ୍ଥିତିରେ ଛାତ୍ରୀମାନଙ୍କପାଇଁ ଆତ୍ମ ସୁରକ୍ଷା କୌଶଳର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ । ମାଷ୍ଟର ଟ୍ରେନର ବିଷ୍ଣୁପ୍ରିୟା ବେହେରା ଓ କ୍ଷିରୋଦ୍ରା ହାତୀଙ୍କ ଦ୍ଵାରା ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । ଶାରୀରିକ ଶିକ୍ଷା ବିଭାଗର ଅଧ୍ୟାପିକା ମଞ୍ଜୁସ୍ମିତା ବିଶ୍ବାଳ ସହଯୋଗିତା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।