ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ସାଲେଭଟା ଗ୍ରାମ ଐତିହ୍ୟ ପାଟଣାଷ୍ଟେଟ ସମୟରେ ଗୋଟିଏ ଗମ୍ଭିରାରେ ପୂଜା ପାଉଛନ୍ତି ମାଁ ପାଟଣେଶ୍ୱରୀ ଓ ମାଁ ସମଲେଶ୍ୱରୀ । କେଉଁ ଆଦିମ କାଳରୁ ଦେବୀ ପୂଜା ପାଇ ଆସୁଥିବା ବେଳେ ପାଟଣା ଷ୍ଟେଟ ସମୟର ଓମ୍ ନଦୀରେ ପ୍ରଭାବିତ ହୋଇଥିôବା ସମ୍ବଲପୁର ଓ ପାଟଣା ଷ୍ଟେଟ ୧୫୦୦ ଖ୍ରୀଷ୍ଟାବ୍ଦ ରେ ମାଁ ପାଟଣେଶ୍ୱରୀ ପାଟଣାରାଜ୍ୟ ମୁହାଁ ହୋଇଛନ୍ତି ଏବଂ ମାଁ ସମଲେଶ୍ୱରୀ ସମ୍ବଲପୁର ମୁହାଁ ହୋଇ ପୂଜା ପାଉଛନ୍ତି । ହମା ଏବଂ ପାଟଣା ଭାଗ ହୋଇ ଚିହ୍ନଟ ହୋଇଥିଲା । ଏହି ମନ୍ଦିର ପାଇଁ ଦେବାଳୟ ସୁରକ୍ଷା କମିଟି ସାଲେଭଟା ଗ୍ରାମବାସୀ ଓ ପାଟଣେଶ୍ୱରୀ ମନ୍ଦିର ଗତ ୭ ଅଗଷ୍ଟ ୨୦୨୪ ରେ ସ୍ଥାନୀୟ ସାର୍କିଟ ହାଉସରେ ଡ. ମୁକେଶ ମହାଲିଙ୍ଗଙ୍କୁ ସାକ୍ଷାତ କରି ପତ୍ର ସଂଖ୍ୟା ୨୯/୨୦୨୪ ରେ ଦାବି ପ୍ରଦାନ କରାଯାଇଥିଲା । ମନ୍ଦିର ଉନ୍ନତିକରଣ ସକାଶେ ମୁଖ୍ୟମନ୍ତ୍ରୀ ଏସ୍ପିଏଫ୍ ଫଣ୍ଡରୁ ୫ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି । ଦେବାଳୟ ସୁରକ୍ଷା କମିଟି ଏବଂ ସାଲେଭଟା ପାଟଣେଶ୍ୱରୀ ମନ୍ଦିର କମିଟି ସୂଚନା ପ୍ରଦାନ କରିଛନ୍ତି ପ୍ରେସ ବିବୃତ୍ତି ଜରିଆରେ ।










































