କଟକ, ତା୨୩।୦୪ : ଚାଉଳିଆଗଞ୍ଜ ମଠ ସାହି ସ୍ଥିତ ଶ୍ରୀ ଶ୍ରୀ କାମେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଶ୍ରୀ ଶ୍ରୀ କାମେଶ୍ୱର ନାଟ୍ୟ ସଂଘ ତରଫରୁ ଶ୍ରୀ ରାମଲୀଳା ମହୋତ୍ସବର ଷଷ୍ଠ ରଜନୀରେ ଗଣେଶ କଳା ମନ୍ଦିର ରାମଲୀଳା ପ୍ରଚାର ସମିତି ଅନୁଷ୍ଠାନ ପକ୍ଷରୁ ରାବଣର ମୃତ୍ୟୁଶର ମଞ୍ଚସ୍ଥ ହୋଇଯାଇଛି। ଏହି କାର୍ଯକ୍ରମକୁ ବରିଷ୍ଠ କଂଗ୍ରେସ ନେତା ସୁରେଶ ରାଉତରାୟ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ କର୍ପୋରେଟର ମିନା ସାହୁ, ଅନୁଷ୍ଠାନର ସଭାପତି ଜ୍ୟୋତି ପ୍ରକାଶ ସାହୁ, ସାଧାରଣ ସମ୍ପାଦକ ରଞ୍ଜନ କୁମାର ସାହୁ, ମୁଖ୍ୟ ପରିଚାଳକ ମନୋଜ କୁମାର ସାହୁ, ସହ କୋଷାଧ୍ୟକ୍ଷ ପ୍ରସାଦ କୁମାର ସାହୁ, ଆଲୋକ କୁମାର ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଏହି କାର୍ଯକ୍ରମକୁ ସହ ସମ୍ପାଦକ ଅସିତ୍ କୁମାର ସାହୁ ଓ ଚାଉଳିଆଗଞ୍ଜର ରାମ ପ୍ରେମୀ ମାନେ ପରିଚାଳନା କରିଥିଲେ।