ଭୁବନେଶ୍ୱର : ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପିସିସି କିଷାନ କଂଗ୍ରେସ ପକ୍ଷରୁ ଆୟୋଜିତ କିଷାନ ଚିନ୍ତନ ବୈଠକରେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଯୋଗଦେଇ କହିଛନ୍ତି ଚାଷୀମାନଙ୍କ ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ବିଜେପି ସରକାର ଯେଉଁଭଳି ଭାବରେ ବୈମାତୃକ ମନୋଭାବ ଏବଂ ଅଣଦେଖା କରିଚାଲିଛନ୍ତି ଏହା ଆମ ରାଜ୍ୟର ପ୍ରଗତୀ ପଥରେ ଶୁଭଙ୍କର ନୁହେଁ । ରାଜ୍ୟର ପ୍ରତି ବ୍ଲକ ଓ ଜିଲ୍ଲାସ୍ତରକୁ ଯାଇ ଚାଷ ଓ ଚାଷୀଙ୍କ ବାସ୍ତବ ସ୍ଥିତି ଅନୁଧ୍ୟାନ କରାଯାଇ ରାଜ୍ୟକୁ ଏକ ପ୍ରଗତୀଶିଳ କୃଷି ରାଜ୍ୟରେ ପରିଣତ କରିବାପାଇଁ ଏକ ସଶକ୍ତ କୃଷି ନୀତି କଂଗ୍ରେସ ପକ୍ଷରୁ ପ୍ରଣୟନ କରାଯିବ ସେଥିପାଇଁ ଖୁବ ନିକଟରେ ଏକ ଟାକ୍ସଫୋସ କମିଟି ଗଠନ ହେବ । କିଷାନ କଂଗ୍ରେସ ସଂଗଠନକୁ ତୃଣମୁଳ ସ୍ଥରରୁ ରାଜ୍ୟ ପର୍ଯ୍ୟନ୍ତ ଅଧିକ କ୍ରୀୟାଶିଳ କରାଯାଇ ସରକାରର ଚାଷୀମାରଣ ନୀତି ବିରୁଦ୍ଧରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି ସଭାପତି ଶ୍ରୀ ଦାସ କହିଥିଲେ ।
ପ୍ରଦେଶ କିଷାନ କଂଗ୍ରେସର ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଚିନ୍ତନ ବୈଠକରେ ଅଖିଳ ଭାରତ କିଷାନ କଂଗ୍ରେସ ଜାତୀୟ ସଂଯୋଜକ ତଥା ଓଡ଼ିଶା କିଷାନ କଂଗ୍ରେସ ପ୍ରଭାରୀ ଚେରୁକ ଶ୍ରୀନିବାସ ରେଡି କିଷାନ କଂଗ୍ରେସ ସଂଗଠନକୁ ସୁଦୃଢ଼ କରିବା ଏବଂ ସଂଗଠନ ଜରିଆରେ ମୋଦି ସରକାରର ଚାଷୀଙ୍କ ପ୍ରତି ଉଦାସିନତା ବିରୁଦ୍ଧରେ ବ୍ୟାପକ ଆନ୍ଦୋଳନାତ୍ମକ କାର୍ଯ୍ୟ ପନ୍ଥା ଗ୍ରହଣ କରିବାକୁ ଉପସ୍ଥିତ କର୍ମକର୍ତାମାନଙ୍କୁ ଆହ୍ୱାନ ଦେଇଥିଲେ ।
ଏହି ଚିନ୍ତନ ବୈଠକରେ ସାନନ୍ଦ ମିଶ୍ର, ସରୋଜ ରଥ, ଦାସରଥି ସାହୁ, ଗୋବିନ୍ଦ ମିଶ୍ର, ନରେନ୍ଦ୍ର ପଣ୍ଡା, ସ୍ୱପ୍ନେଶ୍ୱର ପୃଷ୍ଟି, ଧୃବଚରଣ ପରିଡ଼ା, ନୂତନ ତ୍ରିପାଠୀ, ବିପ୍ରବର ସାହୁ, ଗୁଣନିଧି ସାହୁ, ବୃନ୍ଦାବନ ଖଟେଇ, ଶ୍ୟାମସୁନ୍ଦର ସାହୁ, ପଦ୍ମଚରଣ ସାହୁ, ନିରଞ୍ଜନ ବେହେରା, ପ୍ରମୁଖ ସମସ୍ତ ଜିଲ୍ଲା କିଷାନ କଂଗ୍ରେସ ସଭାପତି ଓ କର୍ମକର୍ତାମାନେ ଉପସ୍ଥିତ ଥିଲେ । ସମସ୍ତ କିଷାନ କଂଗ୍ରେସ କର୍ମକର୍ତାମାନଙ୍କ ବିସ୍ତୃତ ଆଲୋଚନା ପରେ ଆଗାମୀ ଦିନପାଇଁ ଏକ ରୋର୍ଡମ୍ୟାପ ପ୍ରସ୍ତୁତ କରାଯାଇଛି ।










































