ରାଜନଗର, ୩୦l୭: ରାଜନଗର ବନଖଣ୍ଡ ସମେତ ସମଗ୍ର ରାଜ୍ୟରେ କୁମ୍ଭୀର ଉପଦ୍ରଵରୁ ଧନଜୀବନ ସୁରକ୍ଷାପାଇଁ ବନବିଭାଗ ପକ୍ଷରୁ ପ୍ରସ୍ତୁତ ହୋଇଛି ମାଷ୍ଟର ପ୍ଲାନ। ଯେଉଁଠାରେ କୁମ୍ଭୀର ଆତଯାତ ହେଉଛନ୍ତି, ତାହାକୁ ବ୍ଲାକସ୍ପଟ ରୂପେ ଚି଼ହ୍ନଟ କରାଯିବ ବୋଲି ଜଙ୍ଗଲ ମନ୍ତ୍ରୀ ଶ୍ରୀ ଗଣେଶ ଶ୍ୟାମସିଂହ ଖୁଣ୍ଟିଆ ଗଣମାଧ୍ୟମ ରେ ପ୍ରକାଶ କରିଛନ୍ତି। ସେ ଆହୁରି ମଧ୍ୟ ପ୍ରକାଶ କରିଛନ୍ତି ବ୍ଲାକସ୍ପଟ ଚି଼ହ୍ନଟ ହୋଇଥିବା ସ୍ଥାନରେ ସ୍ଥାୟୀ ଫଳକ ଲଗାଯାଇ ନଦୀରେ ବ୍ୟାରିକେଡ଼ ନିର୍ମାଣ କରାଯିବାକୁ ନିଷ୍ପତି ହୋଇଛି। ରାଜନଗର ବନଖଣ୍ଡରେ ୨୦୦୦-୨୦୦୧ମସିହା ମସିହା ଠାରୁ ୨୦୨୫-୨୬ ମସିହାରେ ଜୁନ ମାସ ପର୍ଯ୍ୟନ୍ତ ମୋଟ ୫୮ ଜଣଙ୍କର କୁମ୍ଭୀର ଆକ୍ରମଣରେ ପ୍ରାଣ ହରାଇଥିବା ବନବିଭାଗ ସୂତ୍ରରୁ ସୂଚନା ମିଳିଛି। ଏହା ମଧ୍ୟରୁ କେଵଳ ରାଜନଗର ବ୍ଲକରେ ୨୯ ଜଣ କୁମ୍ଭୀର ଆକ୍ରମଣର ଶିକାର ହୋଇଛନ୍ତି।