କଟକ, ତା୨୬ା୦୨ : ପବିତ୍ର୍ର ମହାଶିବରାତ୍ରୀ ଅବସରରେ ଚୌଦ୍ୱାର-କଟକର ବିଧାୟକ ସୌଭିକ୍ ବିଶ୍ୱାଳଙ୍କ ପୌରହିତ୍ୟରେ କଟକ ରାସ୍ତା ଓ ଗୃହ ନିର୍ମାଣ ବିଭାଜନ-୨ ଦ୍ୱାରା ୧କୋଟୀ ୧୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା କଟକ ସଦର ବ୍ଲକ ନିକଟ ନୂଆବଜାର ଉଚ୍ଚପୋଲର ନବୀକରଣ ଏବଂ ୧କୋଟୀ ୨୩ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ଗୋଶାଳା ରୋଡ୍ ସ୍ଥିତ କାଳିଆବୁଦା ଏନ୍ଏଚ-୦୫ ଠାରୁ ନୂଆପଡା ପର୍ଯ୍ୟନ୍ତ ରାସ୍ତାର ଡାହାଣ ପାଶ୍ୱର୍ରେ ନୂତନ ସ୍ଲାବ ଡ୍ରେନ୍ ପ୍ରକଳ୍ପକୁ କଟକ ଲୋକସଭା ସାଂସଦ ଭର୍ତୃହରି ମହତାବଙ୍କ ଦ୍ୱାରା ଶୁଭଶିଳାନ୍ୟାସ କରାଯାଇଅଛି । ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ, କଟକ ମହାନଗର ନିଗମର ମେୟର ସୁବାଷ ଚନ୍ଦ୍ର ସିଂହ, ଡେପୁଟୀ ମେୟର ଦମୟନ୍ତୀ ମାଝୀ, କର୍ପୋରେଟର ତାପସ ରଂଜନ ସାମନ୍ତରାୟ, ପ୍ରମିଳା ମହାନ୍ତି, ଇଂ ସୁବ୍ରତ ଘଡାଇ, ଅରବିନ୍ଦ ଜେନା, ରାକେଶ ସ୍ୱାଇଁ ଓ ଅନ୍ୟମାନଙ୍କ ମଧ୍ୟରେ ରାଜନୀକାନ୍ତ ପରିଜା, ରଂଜନ ସାହୁ, ସାରଙ୍ଗ ପାଣି ଷଢଙ୍ଗୀ, ଡଃ ବ୍ୟୋମକେଶ କାନୁନଗୋ, କିଶାନ ରାଉତରାୟ, ବିଜୟାନନ୍ଦ ସାହୁ, ବିଦୁଲତା ସ୍ୱାଇଁ, ମନୋଜ ସାହୁ, ଚିନ୍ମୟ ମହାରଣା, ସୁଜିତ ନାୟକ, ସୁବାଶିଷ ବିଶ୍ୱାଳ, ଅମର ସାମନ୍ତରାୟ, ଅକ୍ଷୟ କୁମାର ମହାନ୍ତିଙ୍କ ସହ ବହୁ ସଂଖ୍ୟାରେ ସ୍ଥାନୀୟ ମୁରବୀ, ମହିଳା ଉପସ୍ଥିତ ଥିବା ବେଳେ ରାସ୍ତା ଓ ଗୃହ ନିର୍ମାଣ ବିଭାଗ-୨ର ଅଧିକ୍ଷଣ ଯନ୍ତ୍ରୀ ଇଂ ଜ୍ୟୋତୀ ରଞ୍ଜନ ପତି, ସହକାରୀ ଯନ୍ତ୍ରୀ ଇଂ ଅରବିନ୍ଦ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ ।