ଜଗତସିଂହପୁର ଜିଲ୍ଲା ପୋଲିସ ରିସଭ ପୋଲିସ ବାରକ କାଯ୍ୟଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପୋଲିସ ତତ୍ୱାବଧାନରେ ସମ- ହସ୍ପିଟାଲ ସ୍ୱାସ୍ଥ୍ୟସେବା ଶିବିରକୁ ଜଗତସିଂହପୁର ଆରକ୍ଷୀ-ଅଦକ୍ଷକ ଭବାନୀ ଶଙ୍କର ଉଦ୍ଗାତା ଉଦଘାଟନ କରିଥିଲେ । ସ୍ୱାସ୍ଥ୍ୟ ଶିବିରରେ ଉପସ୍ଥିତ ଥିଲେ ଜଗତସିଂହପୁର ଥାନା ଅଧିକାରୀ ପ୍ରଭାସ ସାହୁ, ସଙ୍ଘସମ୍ପାଦକ ପ୍ରେମାନନ୍ଦ ବାରିକ , ଅନେକ ପୋଲିସ କର୍ମଚାରୀ କାର୍ଯ୍ୟକ୍ରମ ଯୋଗଦେଇଥିଲେ l ଆଜିର ମେଗା-ସ୍ୱାସ୍ଥ୍ୟଶିବିର ରେ କାଡୋଲିଜି ବିଭାଗର ଡାକ୍ତର ଭିଭୂତେନ୍ଦ୍ର ମହାନ୍ତି, ଅର୍ଥପେଡି ଡାକ୍ତର ସିଦ୍ଧାର୍ଥ ସାମଲ,ଗ୍ୟାସଷ୍ଟୋଲିଜି ଡାକ୍ତର ସମ୍ବିତକୁମାର ଭୂଇଁଆ ଅଭିଜ୍ଞ ଡାକ୍ତର ଉପସ୍ଥିତ ରହି ରୋଗ ପରୀକ୍ଷା କରିଥିଲେ । ଆଜିର ସ୍ୱାସ୍ଥ୍ୟ ଶିବିରରେ ଅନେକ ରୋଗୀଙ୍କ ରୋଗ ପରୀକ୍ଷା କରାଯାଇ ମାଗଣା ଔଷଧ ପ୍ରଦାନ କରାଯାଇଥିଲା । ଆଗାମୀଦିନ ରେ ମାଗଣା ସ୍ୱାସ୍ଥ୍ୟ ଶିବିର କରାଯିବବୋଲି ଜିଲ୍ଲାପୋଲିସ ପକ୍ଷରୁ । ସ୍ୱାସ୍ଥ୍ୟ ଶିବିରକୁ ସଭାପତି ରଶ୍ମିରଞ୍ଜନ ଆଚାର୍ଯ୍ୟ, ସମ୍ପାଦକ ପ୍ରେମାନନ୍ଦ ବାରିକ ସମସ୍ତ କର୍ମଚାରି ପରିଚାଳନା କରିଥିଲେ ।ଜଗତସିଂହପୁର ରୁ ଅସ୍ମିତା ମହାନ୍ତି ଙ୍କ ରିପୋର୍ଟ l