ଜୟପାଟଣା, ୦୫/୦୬ (ଜଗନ୍ନାଥ ନାଏକ) : କଳାହାଣ୍ଡିଙ୍କ ଏସ୍ପିଙ୍କ ନିର୍ଦ୍ଧେଶରେ ଜୟପାଟଣା ଥାନା ଅନ୍ତର୍ଗତ ଜାମଚୁଆ କ୍ରସରରୁ ସାଢ଼େ ୬ କ୍ୟୁଣ୍ଟାଲ ବିସ୍ଫୋରକ ସହ ୧୧୫ ଟି ଡିଟୋନେଟର ଜବତ କରିଛି ଜୟପାଟଣା ପୋଲିସ। ଗୋଟିଏ ଟ୍ରକ ଆଉ ଗୋଟିଏ ପିକପ ଭ୍ୟାନରେ ଲାଖବାହାଳି କ୍ରସରକୁ ବେଆଇନ ଭାବେ ବିସ୍ଫୋରକ ଆସିଥିଲା। ଏ ନେଇ ଖଣି ବିଭାଗ ପକ୍ଷରୁ ଜୟପାଟଣା ଥାନାରେ ଅଭିଯୋଗ କରାଯାଇଛି। ଉକ୍ତ ବିସ୍ଫୋରକ କଳିଙ୍ଗ ଏଣ୍ଡ କମ୍ପାନୀର ମାଲିକ ଅନୁପ କୁମାର ଅଗ୍ରୱାଲ ଓ ଦୀପକ ଚାନ୍ଦ ଜୈନ ନାମକ କଣ୍ଟାବାଞ୍ଜିରୁ ଯୋଗାଣ କରିଥିଲେ।ତେବେ ସେ କିପରି ଏତେ ପରିମାଣରେ ବିସ୍ଫୋରକ ପରିବହନ କରୁଥିଲେ ଓ ଏହା କେଉଁଠି କୁ ଯାଉଥିଲା ତାହା ତଦନ୍ତ ସାପେକ୍ଷ।ବର୍ତ୍ତମାନ ଖଣି ବିଭାଗ ଅଧିକାରୀ ଓ ଜୟପାଟଣା ପୋଲିସ ତଦନ୍ତ ଆରମ୍ଭ କରିବା ସହ ଚାରି ଜଣଙ୍କୁ ପୁଲିସ ହାଜତକୁ ନେଇ ଥିବା ଜଣା ପଡିଛି।










































