ଅହମଦାବାଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଗାମୀ ୭ ତଥା ୮ ମାର୍ଚ୍ଚରେ ଗୁଜୁରାଟ ଗସ୍ତରେ ଯିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦୀ ମାର୍ଚ୍ଚ ୮ ତାରିଖରେ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ନବସାରୀ ଜିଲ୍ଲା ଗସ୍ତ କରିବେ । ତାଙ୍କ ଅଧ୍ୟକ୍ଷତାରେ ନବସାରୀ ସ୍ଥିତ ବାଁସି ବୋରସି ଲକ୍ଷପତି ଦିଦି ସମ୍ମିଳନୀର ଆୟୋଜନ କରାଯାଉଛି । ଏହି କାର୍ଯ୍ୟକ୍ରମ ସମୟରେ ପ୍ରଧାନମନ୍ତ୍ରୀଙ୍କ ହାତରୁ ୨୫ ହଜାରରୁ ଅଧିକ ସ୍ୱୟଂସହାୟତା ସମୁହ ମହିଳାଙ୍କୁ ୪୫୦ କୋଟିରୁ ଅଧିକ ଆର୍ଥିକ ସହାୟତା ଦିଆଯିବ ।
ଏଠାରେ ଉଲ୍ଲେଖଯୋଗ୍ୟ, ଦେଶର ମହିଳା ମାନଙ୍କୁ ସ୍ୱାବଲମ୍ବୀ କରାଇବା ନିମନ୍ତେ ପ୍ରୋତ୍ସାହିତ କରି ଆର୍ଥିକ ରୂପେ ଆତ୍ମନିର୍ଭର କରି ଗଢି ତୋଳିବା ଏବଂ ସେମାନଙ୍କର ସଶକ୍ତିକରଣ କରିବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ୨୦୨୩ ଅଗଷ୍ଟ ୧୫ ତାରିଖରେ ଲକ୍ଷପତି ଦିଦି ଯୋଜନାର ଆରମ୍ଭ କରିଥିଲେ ।