ଗଞ୍ଜାମ, ସୋରଡ଼ା 17/10/25(ସୁଜିତ କୁମାର ପଣ୍ଡା )ଗଞ୍ଜାମ ଜିଲ୍ଲାର ସୋରଡ଼ା ଠାରେ ପିପଳ ପଙ୍କା ଉଠା ଜଳସେଚନ ପ୍ରକଳ୍ପ କାର୍ଯ୍ୟ ପାଇଁ ସୋରଡ଼ା ଠାରେ ଏକ କାର୍ଯ୍ୟାଳୟ ସ୍ଥାପନ କରାଯାଇଅଛି l ଏଠୀ ପୀପଳ ପଙ୍କା ପ୍ରକଳ୍ପ ର କାର୍ଯ୍ୟାଳୟ ଅଛି ସତ କିନ୍ତୁ କର୍ମଚାରୀ ଙ୍କ ଦେଖା ନାହିଁ ଦିନ ଦି ପହର ରେ ମଧ୍ୟ ତାଲା କିନ୍ତୁ ଫୋନ କଲେ ପ୍ରକଳ୍ପ କାର୍ଯ୍ୟ ରେ ନିୟୋଜିତ ଥିବା ଭାବି ଆମ ପ୍ରତିନିଧି ଯିବା ବେଳେ ସେଥି କାର୍ଯ କରୁଛି ଫଳକ ଲାଗିଛି କିନ୍ତୁ କର୍ମଚାରୀ ନାହାନ୍ତି l ତେବେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ପ୍ରକଳ୍ପ କାର୍ଯ୍ୟ କରିବା ପାଇଁ ତପ୍ତରତା ଥିବା ବେଳେ ନିୟୋଜିତ ହୋଇଥିବା ଇଞ୍ଜିନିୟର ଓ ଜୁନିୟର ଇଞ୍ଜିନିୟର ନିଜ ବାସଭବନରେ ସମୟ କାଟୁଛନ୍ତି l ପ୍ରକଳ୍ପ କାର୍ଯ୍ୟ କିପରି ଚାଲିଛି ଦେଖିବା ଦୂରର କଥା ସେହି ଜାଗା କୁ କେବେ ପାଦ ପକାଇ ନଥିବା ଲୋକେ ପ୍ରକାଶ କରିଛନ୍ତି l ଯଦି ଏ ଭଳି କାର୍ଯ୍ୟ ଚାଲିବ ତାହା ହେଲେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ପିପଳ ପଂକା ପ୍ରକଳ୍ପ କାର୍ଯ୍ୟ ପାଇଁ ସ୍ବପ୍ନ ଦେଖିଥିବା ବେଳେ ନିୟୋଜିତ ହୋଇଥିବା ଇଞ୍ଜିନିୟର ତାହା ସ୍ବପ୍ନ ହିଁ ରଖିଦେବା ର ଅନୁମାନ କରାଯାଉଛି l ଏଥି ପ୍ରତି କୌଣସି ସରକାର ଙ୍କ ଦୃଷ୍ଟି ପଡୁଛି ନା କିଛି ପଦକ୍ଷେପ ନେଉଛନ୍ତି l ଏଭଳି ପିପଳଙ୍କା ପ୍ରକଳ୍ପ କାର୍ଯ୍ୟ ଚାଲେ ତାହା ହେଲେ କେତେ ଯୁଗ ଲାଗିବ ତାହା କହିବା ଅସମ୍ଭବ ବୋଲି ଲୋକେ କୁହା କୁହି ହେବା ଆରମ୍ଭ କରିଲେଣି l










































