ବାରାଣାସୀ : ଧର୍ମନଗରୀ କାଶୀରେ ପ୍ରୟାଗରାଜ ମହାକୁମ୍ଭରୁ ଫେରିଥିବା ଶ୍ରୀପଂଚାୟତି ମହାନିର୍ବାଣୀ ଅଖାଡ଼ାର ନାଗା ସନ୍ଥ ମାନେ ପଂଚକୋଶୀ ଯାତ୍ରା ସମ୍ପୂର୍ଣ୍ଣ କରି ରବିବାର ଶ୍ରୀ କାଶୀ ବିଶ୍ୱନାଥ ମନ୍ଦିରରେ ପହଂଚିଛନ୍ତି । ଏହି ଅବସରରେ କାଶୀ ବିଶ୍ୱନାଥଙ୍କ ଦରବାର ହର ହର ମହାଦେବ ଏବଂ ବମ୍ ବମ୍ ଭୋଲେ ଜୟକାରରେ ଗୁଞ୍ଜରିତ ହୋଇ ଉଠିଥିଲା ।
ମହାନିର୍ବାଣୀ ଅଖାଡ଼ାର ନେତୃତ୍ୱରେ ସନ୍ଥ ମାନେ ପାଂଚ ଦିବସୀୟ ଯାତ୍ରା କ୍ରମେ ମଣିକର୍ଣ୍ଣିକା ଚକ୍ର ପୁଷ୍କର୍ଣ୍ଣି ତୀର୍ଥ କୁଣ୍ଡରେ ସଂକଳ୍ପର ବିସର୍ଜନ କରିଛନ୍ତି । ଏହା ପରେ ବିଧି ବିଧାନ ମୁତାବକ ବାବା ବିଶ୍ୱନାଥଙ୍କ ଦରବାରରେ ଦର୍ଶନ -ପୂଜନ କରି ଆର୍ଶିବାଦ ପ୍ରାପ୍ତ କରିଥିଲେ। ନାଗା ସନ୍ଥ ମାନେ ରଙ୍ଗଭରି ଏକାଦଶୀର ପୂର୍ବରୁ ବାବାଙ୍କ ଗୌନାର ଖୁସିରେ ତାଙ୍କ ରୂପା ବିଗ୍ରହରେ ହଳଦୀ ଏବଂ ପୁଷ୍ପ ଅର୍ପଣ କରିଛନ୍ତି ।