ପାରାଦ୍ୱୀପ – ଓଡ଼ିଶା ତଥା ବିଶ୍ଵ ପ୍ରସିଦ୍ଧ ପୁରୀ ରଥଯାତ୍ରା ରେ ଭକ୍ତ ତଥା ଶ୍ରଦ୍ଧାଳୁ ମାନଙ୍କ ସୁରକ୍ଷା ନିମନ୍ତେ ଇଫକୋ ପାରାଦ୍ୱୀପ ୟୁନିଟ ପକ୍ଷରୁ ପୁରୀ ପ୍ରଶାସନ କୁ ଦୁଇଶହ ରୋଡ ବ୍ୟାରିକେଡ଼ ପ୍ରଦାନ କରାଯାଇଛି | ଇଫକୋ ର ଏହି ପଦକ୍ଷେପ ତାର ସିଏସଆର କାର୍ଯ୍ୟକଳାପ ଅନ୍ତର୍ଗତ ସଡ଼କ ସୁରକ୍ଷା ଓ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଉଦ୍ଧିଷ୍ଟ | ପୁରୀ ଜିଲ୍ଲାପାଳ ଙ୍କ ଉପସ୍ଥିତିରେ ଇଫକୋ ପାରାଦ୍ୱୀପ ୟୁନିଟ ମୁଖ୍ୟ ପି.କେ.ମହାପାତ୍ର ଏବଂ ଇଫକୋ ଲୋକସମ୍ପର୍କ ଅଧିକାରୀ ପ୍ରସନ୍ନ କୁମାର ବେଉରା ଏହି ବ୍ୟାରିକେଡ଼ ପ୍ରଦାନ କରିଥିଲେ | ରଥଯାତ୍ରା ସମୟରେ ପୁରୀର ମୁଖ୍ୟ ମାର୍ଗ ଓ ଜନଗହଳି ପୂର୍ଣ୍ଣ ସ୍ଥାନ ମାନଙ୍କରେ ଏହି ବ୍ୟାରିକେଡ଼ ଲଗାଯାଇ ଟ୍ରାଫିକ ସମସ୍ୟା କୁ ନିୟନ୍ତ୍ରଣ କରାଯିବ | ତେବେ ସମାଜ କଲ୍ୟାଣ ପାଇଁ ପାରାଦ୍ୱୀପ ଇଫକୋ ଦ୍ୱାରା ବିଭିନ୍ନ ଜନହିତକର କାର୍ଯ୍ୟକୁ ଗୁରୁତ୍ୱ ଦେଇ ଆସୁଛି ବୋଲି ଇଫକୋ ର ମୁଖ୍ୟ ଶ୍ରୀ ମହାପାତ୍ର କହିଛନ୍ତି | ଏହି ସମସ୍ତ କାର୍ଯ୍ୟକ୍ରମ କୁ ଇଫକୋ ଲୋକସମ୍ପର୍କ ଅଧିକାରୀ ପ୍ରସନ୍ନ ବେଉରା ପରିଚାଳନା କରିଥିଲେ l