ବୋରିଗୁମ୍ମା–ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ମହା ସମାରୋହରେ ପବିତ୍ର ରାମ ନବମୀ ପାଳିତ ହୋଇଯାଇଛି।ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ଚୈତ୍ର ମାସ ଶୁଳ୍କ ପକ୍ଷ ନବମୀ ତିଥି ହେଉଛି ମର୍ଯ୍ୟାଦାପୁରୁଷ ପ୍ରଭୁ ରାମଚନ୍ଦ୍ର ଙ୍କ ଜନ୍ମ ଦିନ।ତ୍ରେତୟା ଯୁଗରେ ଭଗବାନ ବିଷ୍ଣୁ ରାମ ଅବତାର ନେଇ ଚୈତ୍ର ମାସ ଶୁକ୍ଲ ପକ୍ଷ ନବମୀ ତିଥିରେ ଧରାବତାରଣ କରିଥିଲେ।ସାରା ଦେଶରେ ସେହି ପବିତ୍ର ଦିନ କୁ ରାମ ନବମୀ ଭାବେ ପାଳନ କରାଯାଉଛି।ବୋରିଗୁମ୍ମା ସ୍ଥିତ ରାମ ମନ୍ଦିର ରେ ପବିତ୍ର ରାମ ନବମୀ ପାଳିତ ହୋଇଥିଲା।ଆଜି ସକାଳୁ ରାମ ଭକ୍ତ ମାନେ ରାମ ମନ୍ଦିର ଯାଇ ପ୍ରଭୁ ରାମଚନ୍ଦ୍ର, ମାତ ସୀତା , ଲକ୍ଷ୍ମଣ ଙ୍କୁ ଦର୍ଶନ କରିଥିଲେ।ମନ୍ଦିର ପରିସରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହେବା ସହ ରାମଚରିତ ମାନସ ପାଠ କରାଯାଇଥିଲା।ଭୈରବ ସେନା ଓ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଏକ ବିରାଟ ଶୋଭାଯାତ୍ର ସ୍ଥାନୀୟ ନୂଆ ବସଷ୍ଟାଣ୍ଡ ରୁ ସହର ପରିକ୍ରମା କରିଥିଲା।ରାମ ନବମୀ ଉପଲକ୍ଷେ ହୋଇଥିବା ଶୋଭାଯାତ୍ର ରେ ‘ଜୟ ଶ୍ରୀରାମ’ ଧ୍ବନି ରେ ସହର ସାରା ପ୍ରକମ୍ପିତ ହେଉଥିଲା।କିଛି ସମୟ ପାଇଁ ବୋରିଗୁମ୍ମା ସହର ରାମ ମୟ ହୋଇଥିଲା।ଶୋଭାଯାତ୍ର ର ମୁଖ୍ୟ ଆକର୍ଷଣ କୋଟପାଡ଼ ରୁ ଆସିଥିବା ବିଭିନ୍ନ ପୌରାଣିକ ବେଶ ରେ ସୁସଜ୍ଜିତ ଥିଲେ।ଶୋଭାଯାତ୍ର ସହର ସାରା ପରିକ୍ରମା କରିଥିଲା।ଥାନା ଆଇଆଇସି ଶ୍ୱେତପଦ୍ମା ସେଠ ଙ୍କ ନେତୃତ୍ୱରେ ପୋଲିସ ର ଟିମ ଆଇନ ଶୃଙ୍ଖଳା ଦାୟିତ୍ବ ରେ ନିୟୋଜିତ ଥିଲେ।ଶୋଭାଯାତ୍ର ରେ ଲିଲୁ ବିଶ୍ୱାଳ,ହରି ମେହେର,ରାଜ ସିଂ, ଜି.ମୋହନ ଦୋରା, ଜି.ମୁରଲୀ ଦୋରା, ଭଗବାନ ବାହିନୀପତି, ଅଶୋକ କୁମାର ଗନ୍ତାୟତ, ତିରୁପତି ପଟନାୟକ, କୋଟପାଡ଼ ବିଧାୟକ ଙ୍କ ପ୍ରତିନିଧି ରାମକୃଷ୍ଣ ଭତ୍ରା, ଜେ. ଶ୍ରୀନିବାସ ରାଓ, ସୂର୍ଯ୍ୟ ଆଚାରୀ ଙ୍କ ସମେତ ବୋରିଗୁମ୍ମା ସହର ବାସୀ ଙ୍କ ସମେତ ଆଖପାଖ ଅଞ୍ଚଳର ବହୁ ରାମ ଭକ୍ତ ଶୋଭାଯାତ୍ର ରେ ସାମିଲ ଥିଲେ।