ଜଳେଶ୍ୱର,୧୮/୪(ହିପ୍ର)ଆଧୁନିକ ଓଡ଼ିଶାର ବିନ୍ଧାଣୀ, ଦୁର୍ଦ୍ଦଶ ବୈମାନିକ, ସାଲିସ ବିହୀନ ଅଦମନୀୟ ଜନ ନାୟକ, ପ୍ରବାଦ ପୁରୁଷ, ବିଜୁ ପଟ୍ଟନାୟକଙ୍କ ୨୮ ତମ ଶ୍ରାଦ୍ଧବାର୍ଷିକୀ,ଜଳେଶ୍ବରରେ ବିଜୁ ଜନତା ଦଳ ପକ୍ଷରୁ ଶ୍ରଦ୍ଧାର ସହ ପାଳିତ ହୋଇଯାଇଛି। ଗୁରୁବାର ଜନନାୟକଙ୍କ ତିରୋଧାନ ଦିବସରେ ଜଳେଶ୍ୱର ନିର୍ବାଚନୀ ମଣ୍ଡଳୀସ୍ତରୀୟ ବିଜେଡି ପକ୍ଷରୁ ଆୟୋଜିତ ସ୍ମୁତି ଚାରଣ ସଭାରେ ବିଜେଡି ଜଳେଶ୍ବର ବ୍ଲକ ସଭାପତି ଦିଲ୍ଲୀପ କୁମାର ସାମଲ ସଭାପତିତ୍ବ କରିଥିଲେ। ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଅଶ୍ୱିନୀ କୁମାର ପାତ୍ର ଯୋଗଦେଇ ପ୍ରବାଦ ପୁରୁଷଙ୍କ ଦର୍ଶନ ଯୁବ ପୀଢ଼ି ପାଇଁ ପ୍ରେରଣାଦାୟୀ ହେବ ସହିତ ଆଜିର ଦିନରେ ପ୍ରାସଙ୍ଗିକତା ରହିଛି ବୋଲି କହିଥିଲେ। ଅନ୍ୟ ମଞ୍ଚାସୀନ ଦଳୀୟ ନେତୃତ୍ୱ ମଧ୍ୟରେ ଜିଲ୍ଲା ପରିଷଦ ଉପସଭାପତି ଅନୁସୂୟା ପ୍ରଧାନ, ବ୍ଲକ ଅଧ୍ୟକ୍ଷ ମାନସ କୁମାର ଜେନା, ଉପାଧ୍ୟକ୍ଷା ସଞ୍ଚିତା ସେନାପତି, ନଗରପାଳ ପ୍ରତୀପ କୁମାର ପ୍ରଧାନ, ଉପାଧ୍ୟକ୍ଷା ପୁଷ୍ପପ୍ରିୟା କାମିଳା, ନାରୀ ନେତ୍ରୀ ବିନ୍ଦୁ ବାଳା ନନ୍ଦୀ,ଟାଉନ ସଭାପତି ସୁରଜିତ ଘୋଷ, ବସ୍ତା ବ୍ଲକ ଉପାଧ୍ୟକ୍ଷ ଦିଲ୍ଲୀପ ଦାସ ମହାପାତ୍ର,ଯୁବ ନେତା ଆନନ୍ଦ କର,ଛାତ୍ର ସଭାପତି ସୁରଜ ଚୈରାସିଆ, ବରିଷ୍ଠ ନେତା ଅନାଦି ଦାସ,ମଧୁସୂଦନ ସେନାପତି,ବିଜୟ କୁମାର କାମିଳା,ଲେଲିନ୍ ପ୍ରଧାନ,ଗୈାତମ ପାତ୍ର,ଜାମିନୀ ଦତ୍ତ ପ୍ରମୁଖ ପ୍ରବାଦ ପୁରୁଷଙ୍କ ଅସମ୍ମାନକୁ ଘୋର ନିନ୍ଦା କରିବା ସହ ଓଡ଼ିଆ ଜାତିକୁ ପଦାଘାତ ସଦୃଶ ହେଉଛି ବୋଲି କହିଥିଲେ। ପ୍ରବାଦ ପୁରୁଷଙ୍କ ଆଦର୍ଶ ବଞ୍ଚାଇ ରଖିବାକୁ ସରପଞ୍ଚ ସୁବିନିତା ଦତ୍ତ, ଜିଲ୍ଲା ପରିଷଦ ଗୈାରାଙ୍ଗ ସିଂ,ତୁଳସୀ କିସ୍କୁ, ମିନତି ଜେନା, ସରପଂଚ ଜୟନ୍ତୀ ପରିଡ଼ା, ଚଞ୍ଚଳା ସେଠୀ ଓ ସାଗରବାଳା ଜେନା,ବିଜେଡି ନେତା ସଞ୍ଜିବ ପାଳ,ଆଶୋକ ପରିଡ଼ା,ସତ୍ୟବ୍ରତ ଦାସ ମହାପାତ୍ର, ସତ୍ୟବତୀ ଗିରି, କବିତା ଧଳ, ଗୋବିନ୍ଦ ସାହୁ,ନିଲୁ ସାହୁ, ଚିତ୍ତରଞ୍ଜନ ମହାନ୍ତି, ମୀର ଆବାସ ଅଲ୍ଲୀ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିବା ସହିତ,ଜନନାୟକଙ୍କ ଫୋଟ ଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ ଓ ସ୍ମୃତି ଚାରଣ କରିଥିଲେ। ସଭାରେ ମ୍ୟୁନିସିପାଲଟିର ବହୁ କାଉନସିଲର, ନିର୍ବାଚନ ମଣ୍ଡଳୀର ବହୁ ସରପଞ୍ଚ,ସମିତି ସଭ୍ୟ, ପଞ୍ଚାୟତ କର୍ମକର୍ତ୍ତା,କର୍ମୀମାନେ ଉପସ୍ଥିତ ଥିଲେ।ଜନମାନସର ସମ୍ରାଟ୍ ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସଂଘବଦ୍ଧ କାର୍ଯ୍ୟ କରିବାକୁ ଆହ୍ୱାନ ଦେବା ସହିତ ଯୁବ ନେତା ସଞ୍ଜୟ କୁମାର ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।ସକାଳେ ବିଜୟ କୁମାର କାମିଳାଙ୍କ ନେତୃତ୍ୱରେ ସୁବର୍ଣ୍ଣରେଖା ନଦୀ କୂଳ ମାଣିକ ଚକଠାରେ ଜନ ନାୟକ ବିଜୁ ବାବୁଙ୍କ ଉଦ୍ଦେଶ୍ୟରେ ତିଳ ତର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ପରେ ବଡ଼ ବଜାର ସ୍ଥିତ ବିଜୁବାବୁଙ୍କ ପୂର୍ଣ୍ଣାୟବ ପ୍ରତିମୂର୍ତ୍ତିରେ ସମୂହ ମାଲ୍ୟାର୍ପଣ ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ ହୋଇଥିଲା।