ମୁନିଗୁଡ଼ା/୧୭/୧୦ ରାୟଗଡ଼ା ଜିଲ୍ଲା ମୁନିଗୁଡା ବ୍ଳକ ପରିସରରେ ଥିବା ସଦଭାବନା ସଭାଗୃହ ପରିସରରେ ପଞ୍ଚାୟତ ସମିତି ର ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି। ବ୍ଳକ ଅଧକ୍ଷା ଦୁଖୀନି ନୁଣ୍ଡୃକା ଙ୍କ ଅଧ୍ୟକ୍ଷତାରେ ଓ ବିଡ଼ିଓ କୃଷ୍ଣ ଚନ୍ଦ୍ର ଦଳପତି ଙ୍କ ସଂଯୋଜନା ରେ ଅନୁଷ୍ଠିତ ବୈଠକରେ ଅତିଥି ଭାବେ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ସନ୍ତୋଷ ସୁନା, ଜିଲ୍ଲା ପରିଷଦ ସଭ୍ୟା ମାଧବୀ କନ୍ଧପାଣି, ବ୍ଳକ ଉପାଧ୍ୟକ୍ଷ ଆଦର୍ଶ କୁଶୁଲିଆ, ସାଂସଦ ପ୍ରତିନିଧି ରଜନୀକାନ୍ତ ପଡାଲ, ବିଧାୟକ ପ୍ରତିନିଧି ମାନସ ରଞ୍ଜନ ବେହେରା, ସହକାରୀ ଯନ୍ତ୍ରୀ ରମାକାନ୍ତ ମହାପାତ୍ର ପ୍ରମୁଖ ଉପସ୍ଥିତ ରହି ବୈଠକ ର ଶୁଭାରମ୍ଭ କରିଥିବା ବେଳେ ଗ୍ରାମପଞ୍ଚାୟତ ସଂପ୍ରସାରଣ ଅଧିକାରୀ ମନୋରଞ୍ଜନ ବେହେରା ପୂର୍ବ ବୈଠକ ର ବିବରଣୀ ଉପରେ ସୂଚନା ପ୍ରଦାନ କରିଥିଲେ। ବିଡ଼ିଓ ଶ୍ରୀ ଦଳପତି ବୈଠକ ର ଆଭିମୁଖ୍ୟ ଉପରେ ବ୍ଳକ ର ୧୭ ଟି ପଞ୍ଚାୟତ ରୁ ଆସିଥିବା ସରପଞ୍ଚ, ସମିତି ସଭ୍ୟ ଓ ଉପସ୍ଥିତ ଲାଇନ୍ ଡିପାଣ୍ଟମେଣ୍ଟ ଅଧିକାରୀ ମାନଙ୍କୁ ସରକାର ଙ୍କ ଗାଇଡ ଲାଇନ୍ ଅନୁଯାୟୀ କାର୍ଯ୍ୟ କରାଯିବା ନେଇ ସୂଚନା ପ୍ରଦାନ କରିଥିଲେ। ବିଶେଷ କରି ଶିକ୍ଷା, ସ୍ବାସ୍ଥ୍ୟ, କୃଷି, ଜଙ୍ଗଲ ବିଭାଗ, ଶିଶୁ ବିକାଶ ଯୋଜନା, ଶୁଭଦ୍ରା ଯୋଜନା, ଉନ୍ନୟନ କାର୍ଯ୍ୟ କିପରି ସୁରୁଖୁରୁରେ ହେବ ସେନେଇ ଆଲୋଚନା ହେବା ସହ ଉପସ୍ଥିତ ପଞ୍ଚାୟତ ପ୍ରତିନିଧିମାନଙ୍କ ପ୍ରଶ୍ନ ସଂପର୍କ ରେ ଲାଇନ୍ ଡିପାଣ୍ଟମେଣ୍ଟ ଅଧିକାରୀ ମାନେ ଉତ୍ତର ରଖିଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଅନ୍ୟ ମାନଙ୍କ ମଧ୍ୟରେ ଡାକ୍ତର ଆଶିଷ ପଣ୍ଡା, ସହକାରୀ କୃଷି ଅଧିକାରୀ ଦିପ୍ତି ରାଣୀ ପଟ୍ଟନାୟକ,ବୈଶିୟକ କୃଷି ସହାୟକ ଉତ୍ତମ ଦାସ,ରେଞ୍ଜର ପ୍ରବିଣ୍ ଦାସ, ଫରେଷ୍ଟର ପ୍ରମୋଦିନି ମାଣ୍ଡାଙ୍ଗି, ଅତିରିକ୍ତ ସାମାଜିକ ସୁରକ୍ଷା ଅଧିକାରୀ କଳ୍ପନା ବେହେରା, ଖାଦ୍ୟ ଯୋଗାଣ ଅଧିକାରୀ ସରପଞ୍ଚ ସରସ୍ବତୀ ଶବର,ପାଇକ ଜାକେଶିକା,ପ୍ରକାଶ କରସିକା,ଅନନ୍ତ ନୁଣ୍ଡୃକା, ସମିତି ସଭ୍ୟ ଅନନ୍ତ ନାଗ , ଶକୁନ୍ତଳା ନୁଣ୍ଡୃକା, ସମେତ ୧୭ ଟି ପଞ୍ଚାୟତ ରୁଆସିଥିବା ଜନପ୍ରତିନିଧି ଉପସ୍ଥିତ ଥିବା ବେଳେ ଯନ୍ତ୍ରୀ ସଂଧ୍ୟାରାଣୀ ମଲିକ୍, ଅମ୍ବିକା










































