କଟକ, ତା୨୫।୦୨ : ସାମାଜିକ ଅନୁଷ୍ଠାନ ମୋ କଟକ ସୁରକ୍ଷା ମଞ୍ଚ ପକ୍ଷରୁ ସମ୍ପାଦକ ଜିତେନ୍ଦ୍ର ସାହୁଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ଓଡିଶା ପ୍ରଶାସନିକ ଅଧିକାରୀ ଭାବେ ନବନିଯୁକ୍ତ କଟକ ଅତିରିକ୍ତ ଜିଲ୍ଲାପାଳ ଡ଼ଃ ଈପସିତା ପ୍ରିୟଦର୍ଶିନୀ ମିଶ୍ରଙ୍କୁ ସରକାରୀ କାର୍ଯ୍ୟାଳୟରେ ସୌଜନ୍ୟମୂଳକ ସାକ୍ଷାତ କରିଥିଲେ। ମଞ୍ଚ ପକ୍ଷରୁ ଡ଼ଃ ମିଶ୍ରଙ୍କୁ ଉପଢୌକନ, ମାନପତ୍ର ଓ ଚାରାବୃକ୍ଷ ପ୍ରଦାନ କରାଯାଇ ସମ୍ଭର୍ଦ୍ଧିତ କରିବା ସହ କଟକ ସହରର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ଓ ଜନସାଧାରଣଙ୍କ ମୌଳିକ ସମସ୍ୟାର ସମାଧାନ ନିମନ୍ତେ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମରେ ମଞ୍ଚର ଉପଦେଷ୍ଟା ସମାଜସେବୀ ଅଶୋକ କୁମାର ମହାନ୍ତି, କ୍ଷୀରୋଦ ସାହୁ, ସଭାପତି ଅକ୍ଷୟ ପଣ୍ଡା,ପୁର୍ବତନ କର୍ପୋରେଟର ନମିତା ମଞ୍ଜରୀ ସାହୁ, ଯୁବ-ସମାଜସେବୀ ଆଶୁତୋଷ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।