ଶେରଗଡ଼/ବିଭୂପ୍ରସାଦ ଦାଶ/୨୪-୦୨/ଶେରଗଡ଼ ପଞ୍ଚାୟତ ସମିତି ବୈଠକ ବ୍ଳକ ସଭା ଗୃହରେ ଅନୁଷ୍ଠିତ ହୋଇଯାଇଛି। ବ୍ଳକ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ନାୟକ ସଭାପତିତ୍ବ କରିଥିଲେ।ଏଵିଡିଓ ସୁଧାଂଶୁ ଶେଖର ତରାଇ ସଞ୍ଜୋଯନାରେ ଅନୁଷ୍ଠିତ ବୈଠକରେ ଵ୍ଳକ ର ୨୨ ପଞ୍ଚାୟତ ର ଉନ୍ନୟନ କାର୍ଯ୍ୟ ଉପରେ ଆଲୋଚନା କରାଯାଇଥିଲା।ପ୍ରତି ପଞ୍ଚାୟତ ୪୮ ଲକ୍ଷ ଟଙ୍କାର ପ୍ରକଳ୍ପ ତୁରନ୍ତ ପଠାଇବାକୁ କୁହାଯାଇଥିଲା।ସେହି ପ୍ରକଳ୍ପ ଗୁଡିକ ସଂସ୍କୃତି ସମ୍ପନ୍ନ ଥିବା ଦରକାର। ଶେରଗଡ଼ ରେ ବିଡ଼ିଓ, ତହସିଲଦାର ଓ ବିଇଓ ପଦବୀ ଖାଲି ପଡିଛି।ଏଣୁଯଦିବା ତହସିଲଦାର ତାଲିମ ରେ ଯାଇଛନ୍ତି ତାଙ୍କୁ ଛାଡିଦେଲେ ଅନ୍ୟ ଦୁଇଟି ପଦଵୀ ଖାଲି ପଡିଛି ବୋଲି ତୁରନ୍ତ ନିର୍ଧାରଣ କରି ନିଯୁକ୍ତି ନିମନ୍ତେ ପ୍ରେରଣ କରାଯିବାକୁ ସ୍ଥିର ହେଇଥିଲା। ବିଡ଼ିଓ ନଥିବା ଯୋଗୁଁ ଉନ୍ନୟନ କାମ ବାଧାପ୍ରାପ୍ତ ଏଣୁ ସରକାର ଦୃଷ୍ଟି ଦେବାକୁ ସରପଞ୍ଚ ଓ ସଭ୍ୟ ମାନେ କହିଥିଲେ। ପିତ୍ତଳ ଗ୍ରାମ ଛକରେ ଓ ଡାକ୍ତରଖାନା ପାର୍ଶ୍ଵରେ ଥିବା ମଦ ଦୋକାନକୁ ତୁରନ୍ତ ବନ୍ଦ କରିଦେବାକୁ ସଭ୍ୟ ମାନେ କହିଥିଲେ। ଶେରଗଡ଼ ଡାକ୍ତରଖାନା ଓ ଅନ୍ୟ ଡାକ୍ତରଖାନା ରେ ଅବ୍ୟବସ୍ଥା ନେଇ ବୈଠକରେ ଆଲୋଚନା ହୋଇଥିଲା। ବର୍ତ୍ତମାନ ଟାଟା ପାୱାର କମ୍ପାନୀ ଶେରଗଡ଼ କୁ ଆସିଲାଠୁ ବିଜୁଳି ବିଭାଗ ର ଅବ୍ୟବସ୍ଥା ବୋଲି ସଭ୍ୟ ମାନେ କହିଥିଲେ।ଠୁରୁଵୁରାଇ ସରପଞ୍ଚ ଓଧବଳପୁର ସରପଞ୍ଚ କଥା ଉଠାଇ କହିଥିଲେ ପ୍ରତି ଗ୍ରାମ ର ସାହି ଲାଇଟ୍ ଗୁଡିକ ବିଦ୍ୟୁତ କର୍ତୁପକ୍ଷ ସଜାଡୁ ନାହାନ୍ତି କି ପଞ୍ଚାୟତ ସହ ସହଯୋଗ କରୁନାହାନ୍ତି।ଟାଟା ଖାଲି ଟଙ୍କା ନେବାର ଜାଣିଛି ସିନା ଗ୍ରାମ ର ଜନସାଧାରଣଙ୍କ ସୁବିଧା କରୁନି ଏ ଦିଗରେ ପଦକ୍ଷେପ ନେବାକୁ ଵିଦ୍ୟୂତ ବିଭାଗ ପତ୍ର କରାଯାଉ ବୋଲି ସମସ୍ତ ସଭ୍ୟ ମାନେ କହିଥିଲେ। ଯୋଗାଣ ବିଭାଗ ପକ୍ଷରୁ ଇ କେଓ।ସି ମାର୍ଚ୍ଚ ୩୧ ଭିତରେ କରିବା ମୋଟ ୬୯୯୮ ଜଣ ଧାନ ମଣ୍ଡିରେ ଟୋକନ ପାଇ ଧାନ ଦେଇ ଟଙ୍କା ପାଇଛନ୍ତି।ବ୍ଳକର ୪୪୫ ଜଣ ସରକାରୀ ଆସୁ ରାସନ କାର୍ଡ ରୁ ନାମ ହଟାଇବାକୁ ନୋଟିସ ଜାରି କରାଯାଇଛି ବୋଲି ସହକାରୀ ଯୋଗାଣ ନିରିଖିକ ବିଭୁପ୍ରସାଦ ସାହୁ କହିଥିଲେ। ଏଵିଡିଓ ତରାଇ କହିଥିଲେ ଅନ୍ତର୍ଦୋୟ ଅନ୍ନ ଯୋଜନା ଜରିଆରେ ଆବାସ ଯୋଜନାରେ ସାମିଲି ପାଇଁ ପତ୍ର ଆସିଅଛି।ପ୍ରତି ପଞ୍ଚାୟତ ରୁ ୨୦ ଟି ଆବାସ ଗୃହ ବଣ୍ଟନ ହେବ ଏଥି ନିମନ୍ତେ ମାନଦଣ୍ଡ ଇଣ୍ଟରନେଟ ରେ ଉପଲବ୍ଧ। ମାର୍ଚ୍ଚ ୩୧ ତାରିଖ ଭିତରେ ନେଟ ରେ ମଗାଯାଇଥିଵା କାଗଜପତ୍ର ଅନଲାଇନ ଆବେଦନ କରିବାକୁ କୁହାଯାଇଥିଲା। ସମସ୍ତଙ୍କ ସହଯୋଗ କାମନା କରି ସମିତି ବୈଠକ ସାଙ୍ଗ ଘୋଷଣା କରାଯାଇଥିଲା।ସହକାରୀ ଗ୍ରାମ ପଞ୍ଚାୟତ ଅଧିକାରୀ ସୁଶାନ୍ତ କୁମାର ବେହେରାଙ୍କ ସଞ୍ଜୋଯନାରେ ଅନୁଷ୍ଠିତ ବୈଠକରେ ଆସିକା ସାଂସଦ ପ୍ରତିନିଧି ଶିଶିର ମିଶ୍ର, ବିଧାୟକ ଙ୍କ ପ୍ରତିନିଧି ଦିଗାମ୍ବର ନାହାକ, ଜିଲ୍ଲା ପରିଷଦ ସଭ୍ୟ ଚିତ୍ତରଞ୍ଜନ ପାଣିଗ୍ରାହୀ, ସହକାରୀ ନିର୍ବାହୀ ଯନ୍ତ୍ରୀ ସିମାଞ୍ଚଳ ଦାଶ, ବରୁଣ ପଲେଇ, କାହ୍ନୁଚରଣ ପଟ୍ଟନାୟକ ସମେତ ସମସ୍ତ ପଞ୍ଚାୟତ ର ସମିତି ସଭ୍ୟ ଓ ସରପଞ୍ଚ ଓ ବିଭାଗୀୟ ଅଧିକାରୀ ମାନେ ଯୋଗଦେଇ ଥିଲେ।