ନିଶ୍ଚିନ୍ତକୋଇଲି ୦୫/୦୮( ଫଲ୍ଗୁନୀପ୍ରସାଦ ପଣ୍ଡା): କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଥାନା ଅସୁରେଶ୍ୱର ବଜାର ରାସ୍ତାରେ ସିରିଏଲ୍ ବୋମା ମାଡ଼। ଦୁଇ ଦୁବୃର୍ତ୍ତ ଗୋଟିଏ ବାଇକ୍ ରେ କରିଥିଲେ ସିରିଏଲ୍ ବୋମା ମାଡ଼। ଏହି ସମୟରେ ମହାବୀର ଜୁଏଲର୍ସର ମାଲିକ ନିଜ ସୁନା ଦୋକାନ ବନ୍ଦ କରି,ଏକ ବ୍ୟାଗ୍ରେ ସୁନା ଅଳଙ୍କାର ଓ ଦୋକାନ ଚାବି ନେଇ ଘରକୁ ଫେରୁଥିବା ବେଳେ ଆକ୍ରମଣ କରିଥିଲେ ଦୁଇ ଦୁର୍ବୁତ୍ତ। ଆକ୍ରମଣ କରି ଦୋକାନ ମାଲିକଙ୍କ ଠାରୁ ଛଡ଼ାଇ ନେଲେ ବ୍ୟାଗ୍। ବ୍ୟାଗ୍ ରେ ୧୦ ଲକ୍ଷ ଟଙ୍କା ରୁ ଉର୍ଦ୍ଧ୍ୱ ସୁନା ଅଳଙ୍କାର ଥିବା ସୂଚନା ଦେଇଛନ୍ତି ଦୋକାନ ମାଲିକ ନିରଞ୍ଜନ ସାହୁ । ନିରଞ୍ଜନ ସାହୁ ଏହି ଘଟଣାରେ ଆହାତ ହୋଇଛନ୍ତି। ବାରମ୍ବାର ଏହି ଅସୁରେଶ୍ବର ବଜାର ରେ କ୍ରମାନ୍ୱୟ ସୁନା ଦୋକାନ ମାଲିକଙ୍କୁ ଲୁଟ୍ କରାଯାଉଛି। ଅନେକ ଦିନରୁ ଅସୁରେଶ୍ବର ଅଂଚଳରେ ଏକ ଫାଣ୍ଡି ପ୍ରତିଷ୍ଠା ପାଇଁ ବ୍ୟବସାୟୀ ସଂଘ ଏବଂ ଅଂଚଳବାସୀ ଦାବି କରି ଆସୁଥିଲେ ମଧ୍ୟ ଏଯାବତ୍ ତାହା ହୋଇ ପାରିନଥିବାରୁ ସ୍ଥାନୀୟ ବାସିନ୍ଦା କ୍ଷୋଭ ପ୍ରକାଶ କରିଛନ୍ତି। ପ୍ରକାଶ ଥାଉକି ଅସୁରେଶ୍ବର ପଂଚାୟତ ଠାରୁ ନିଶ୍ଚିନ୍ତକୋଇଲି ଥାନା ପ୍ରାୟତଃ ୧୨ ରୁ ୧୫ କିଲୋମିଟର ଦୂର ହୋଇଥିବାରୁ ଦୁର୍ବୁତ୍ତ ମାନେ ଏଠାରେ କ୍ରାଇମ୍ ଘଟାଇ ସୁରୁଖୁରୁରେ ଖସି ଯାଉଛନ୍ତି। ସୂଚନା ଥାଉକି ଗତ ଦେଢ଼ ବର୍ଷ ରେ ଏହି ବଜାର ରେ ଥିବା ୩ ଟି ସୁନା ଦୋକାନ ଓ ଗୋଟିଏ ରାସନ୍ ଦୋକାନ ରୁ ଲୁଟ୍ ହୋଇଥିବା ବେଳେ ଏହା ଏବେ ଚତୃର୍ଥ ଘଟଣା। ତେବେ ଅତୀତରେ ଲୁଟ୍ ଶିକାର ବ୍ୟବସାୟୀଙ୍କ ଲୁଟ୍ ସାମଗ୍ରୀ ମିଳିଲା ନାହିଁ ତ ଅଲଗା କଥା, ସେମାନେ ଥାନା କୁ ଦୌଡ଼ି ଦୌଡ଼ି ହାଲିଆ ହେଲେଣି ବୋଲି ଅଭିଯୋଗ କରିଛନ୍ତି। ତେବେ ଏହି ଘଟଣା ପରେ ନିଶ୍ଚିନ୍ତକୋଇଲି ଥାନା ପୋଲିସ ପହଞ୍ଚି ଘଟଣାର ତଦନ୍ତ ସିନା ଆରମ୍ଭ କରିଛି, ହେଲେ କେତେଦୂର ଲୁଟେରାଙ୍କ ପାଖରେ ପହଞ୍ଚୁଛି ଆଉ କେବେ ଉଦ୍ଧାର ହେଉଛି ଲୁଟ୍ ସାମଗ୍ରୀ, ତାକୁହିଁ ରହିବ ଅପେକ୍ଷା ଅଂଚଳବାସୀଙ୍କର । ଆଉ ଲୁଟ୍ ଶିକାର ହୋଇଥିବା ବ୍ୟବସାୟୀଙ୍କର।