କଟକ, ତା୧୬ା୦୬ : ୪୨ନଂ ୱାର୍ଡ ସ୍ଥିତ ଚାଉଳିଆଗଞ୍ଜ କ୍ଲବ ମହିଳା ପରିଷଦ ପକ୍ଷରୁ ଅଧ୍ୟକ୍ଷା ତଥା କର୍ପୋରେଟର ମୀନା ସାହୁଙ୍କ ନେତୃତ୍ୱରେ ଚାଉଳିଆଗଞ୍ଜ ଖେଳ ପଡ଼ିଆରେ ତିନିଦିନ ବ୍ୟାପୀ ରଜ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛିି । ଏହି ରଜ ମହୋତ୍ସବର ତୃତୀୟ ଦିବସ ତଥା ଉଦଯାପନୀ ଉତ୍ସବରେ ପୁଚି, ହୁଳହୁଳି, ଦଉଡି ଡିଆଁ, କବାଡି ଓ ନୃତ୍ୟ ପ୍ରଭୃତି ପ୍ରତିଯୋଗିତା ସବ ଜୁନିୟର, ଜୁନିୟର ଓ ସିନିୟରଙ୍କ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଶେଷରେ କୃତି ପ୍ରତିଯୋଗୀଙ୍କୁ ଅତିଥିବୃନ୍ଦ ପୁରସ୍କୃତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସସ୍ମିତା ସାହୁ, ବିମଳା ପୃଷ୍ଟି, ବିଦୁଲତା ସାମଲ, ଆକସ୍ମିକା ପଟେଲ, ରଶ୍ମି ଡାକୁଆ ଓ ଲିପିକା ରାୟ ପ୍ରମୁଖ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିବା ବେଳେ ପ୍ରତିଯୋଗିତାରେ ନୃତ୍ୟଗୁରୁ ସଂଗ୍ରାମ ସାହୁ ଓ ବିଡିଏ ଡେପୁଟି କମିଶନର ଲିପ୍ସା ରାୟ ବିଚାରକ ଭାବେ ଯୋଗ ଦେଇଥିଲେ।