କଟକ, ତା୨୫ା୦୨: ଓଡ଼ିଶା କବାଡ଼ି ସଂଘ ଆନୁକୁଲ୍ୟରେ, ଓଡ଼ିଶା ସରକାରଙ୍କ କ୍ରୀଡା ଓ ଯୁବ ସେବା ବିଭାଗ ସହୋଯୋଗରେ ଆୟୋଜିତ ୭୧ତମ ଜାତୀୟ ସିନିୟର କବାଡ଼ି ଚାମ୍ଫିଆନସିପ୍ ୨୦୨୫ର ଉଦଯାପନୀ ଦିବସକୁ ଉଦଘାଟନ କରିଥିଲେ କଟକ ସଦର ବିଧାୟକ ଇଂ ପ୍ରକାଶ ଚନ୍ଦ୍ର ସେଠୀ। ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ଏସିଆନ କବାଡ଼ି ଫେଡେରେସନର ବୈଷୟିକ ନିର୍ଦ୍ଦେଶକ କୁଲଦୀପ ଗୁପ୍ତା, ପୁରୀ ଶ୍ରୀଜଗନ୍ନାଥ ମନ୍ଦିରର ମା’ ସୁଭଦ୍ରାଙ୍କ ବାଡ଼ଗ୍ରାହୀ ଶ୍ରୀରାମଚନ୍ଦ୍ର ଦାସ ମହାପାତ୍ର, ରୁରିର ନିର୍ଦ୍ଦେଶକ ଅରବିନ୍ଦ ସାହୁ, ଓଡ଼ିଶା କବାଡ଼ି ସଂଘର ସଭାପତି ଡ଼ଃ ଶରତ କୁମାର ସାହୁ, ସଂପାଦକ ଅଜୟ କୁମାର ବେହେରା, ବିଶିଷ୍ଟ ଚଳଚ୍ଚିତ୍ର ଅଭିନେତା ଶ୍ରୀତମ ଦାସ ପ୍ରମୁଖ ଯୋଗଦେଇ ସଂପାଦକ ମ୍ୟୃତୁଞ୍ଜୟ ସାମଲଙ୍କ ସମ୍ପାଦନାରେ ସମ୍ପାଦିତ ଏକ ସ୍ୱତନ୍ତ୍ର ସ୍ମରଣିକା ଉଦ୍ଦୀପ୍ତ କବାଡ଼ିକୁ ଉନ୍ନୋଚିତ କରିଥିଲେ ।
ଓଡ଼ିଶା କବାଡ଼ି ସଂଘର ସଭାପତି ତଥା ବିଶିଷ୍ଟ ଶିଳ୍ପପତୀ ଡ଼ଃ ଶରତ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଯାପନୀ ସନ୍ଧ୍ୟାରେ ବିଧାୟକ ଆୟୋଜକ ମାନଙ୍କର ପ୍ରଚେଷ୍ଟା ଓ ସାଂଗଠନିକ ଦକ୍ଷତାକୁ ପ୍ରସଂସା କରିଥିବା ବେଳେ, ଓଡ଼ିଶା କ୍ରୀଡ଼ାର ପେଣ୍ଠସ୍ଥଳୀ ଓ ଓଡ଼ିଶା ସରକାର ସବୁପ୍ରକାର କ୍ରୀଡ଼ା ଓ କ୍ରୀଡ଼ାବିତ୍ମାନଙ୍କୁ ପ୍ରୋତ୍ସାହନ ଦେଉଛନ୍ତି କହିଥିଲେ । କବାଡ଼ି ଏବେ ସମସ୍ତଙ୍କର ଗ୍ରହଣୀୟ ହୋଇପାରିଛି, ପ୍ରଥମଥର ପାଇଁ ଓଡିଶାରେ ସିନିୟର ପ୍ରତିଯୋଗିତା ଆୟୋଜନ ହୋଇଥିବା ବେଳେ ଆଗାମୀ ଦିନରେ ଆହୁରି ବଡ ବଡ ଇଭେଂଟ ଅୟୋଜିତ ହେବ । ପ୍ରଥମ ସେମଫାଇନାଲ ମ୍ୟାଚ ପଞ୍ଜାବ ଓ ସର୍ଭିସେସ୍ ମଧ୍ୟରେ ଓ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ ୍ଭାରତୀୟ ରେଳବାଇ ଏବଂ ଉତରପ୍ରଦେଶ ମଧ୍ୟରେ ଖେଳାଯାଇଥିଲା । ପ୍ରଥମ ମ୍ୟାଚ୍ରେ ପଞ୍ଜାବକୁ ସର୍ଭିସେସ୍ ୮ ପଏଂଟରେ ପରାସ୍ତ କରିଥିବା ବେଳେ ଦ୍ୱିତୀୟ ମ୍ୟାଚ୍ରେ ଭାରତୀୟ ରେଳବାଇ ଉତରପ୍ରଦେଶକୁ ୮ ପଏଂଟରେ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲା । ଫାଇନାଲ ମ୍ୟାଚ୍ ବେଶ୍ ଚିତାକର୍ଷକ ଓ ରୋମାଂଚକର ହୋଇଥିବା ବେଳେ ୩୦-୩୦ ପଏଂଟରେ ଡ୍ର ହୋଇଥିଲା ଏବଂ ଉଭୟ ଦଳକୁ ୫ ରାଇଡନ ପ୍ରଦାନ କରାଯାଇଥିଲା। କଡ଼ାମୁକାବିଲା ପରେ ଭାରତୀୟ ରେଳବାଇ ଦଳକୁ ସର୍ଭିସେସ ୩ ପଏଂଟ ବ୍ୟବଧାନରେ ହରାଇ ବାଜିମାତ କରି ଚମ୍ଫିଆନ ହୋଇଥିବା ବେଳେ ଭାରତୀୟ ରେଳବାଇ ରନର୍ସଅପ ହୋଇଥିଲା । ସେହିପରି ତୃତୀୟ ସ୍ଥାନରେ ରହିଥିଲେ ପଞ୍ଜାବ ଏବଂ ଉତରପ୍ରଦେଶ ।
ଚମ୍ଫିଆନ ଦଳକୁ ଆକର୍ଷଣୀୟ ଟ୍ରଫି ସହ ଗୋଲ୍ଡ ମେଡାଲ, ରନର୍ସଅପ ଦଳକ ଟ୍ରଫି ସହ ସହରଜତ ପଦକ ଓ ୩ୟ ସ୍ଥାନରେ ଥିବା ଦଳମାନଙ୍କ ଟ୍ରଫି ସହ ବ୍ରୋଂଚ ପଦକ ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଉପସ୍ଥାପନା କରିଥିଲେ ଇଭେଂଟର ମୁଖ୍ୟ ଉଲ୍ଲାସ ଚନ୍ଦ୍ର ବେହୁରା କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜନ ପାଇଁ ସହଯୋଗ କରିଥିଲେ ସତ୍ୟବ୍ରତ ମିଶ୍ର । ଏହି ପୁରଷ୍କାର ବିତରଣ ଉତ୍ସବକୁ ପରିଚାଳନା କରିଥିଲେ ଓଡ଼ିଶା କବାଡ଼ି ସଂଘର ଉପସଭାପତି ପୃଥ୍ୱୀରାଜ ପଟ୍ଟନାୟକ, ପାର୍ଥବୀର ଭୁୟାଁ, ଯୁଗ୍ମସଂପାଦକ ସୂର୍ଯ୍ୟକାନ୍ତ ମହାନ୍ତି, ଯୁଗ୍ମସଂପାଦିକା ଜୟଶ୍ରୀ ସ୍ୱାଇଁ। ସଦସ୍ୟ ରାମଚନ୍ଦ୍ର ବେହେରା, ପ୍ରକଶ କୁମାର ସାହୁ, କେ. ମାଧବ ରାଓ, ସରୋଜ ସେଠୀ, ସତ୍ୟପ୍ରକାଶ ଦାସ। ହ୍ୱାଇଟ କାନଭାସ୍ ଇଭେଂଟର ସାଦସ୍ୟମାନେ ଏହି ଇଭେଂଟକୁ ପରିଚାଳନା କରିଥିଲେ