ଭୁବନେଶ୍ୱର/କନ୍ଧମାଳ: କନ୍ଧମାଳ ଏବଂ ଗଜପତି ଜିଲ୍ଲା ପୋଲିସ ମଙ୍ଗଳବାର ୫ ଟି ଥାନା ଅଂଚଳରେ ଚଢ଼ାଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ପ୍ରାୟ ୧୦ ହଜାର ୩୦୦ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ କରିବାରେ ପୋଲିସ ସକ୍ଷମ ହୋଇଛି।
ଉଲ୍ଲେଖଯୋଗ୍ୟ ଯେ, ଗଞ୍ଜେଇ ଚୋରା ଚାଲାଣ ରୋକିବାକୁ ଡିଜିପି ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ନିର୍ଦ୍ଦେଶ ଦେଇଥିବା ବେଳେ ସେହି ଅନୁଯାୟୀ, ରାଜ୍ୟର ବିଭିନ୍ନ ଜିଲ୍ଲାର ଏସପି ମାନେ ଏହାକୁ କାର୍ଯ୍ୟକାରୀ କରୁଛନ୍ତି। ଏହି କ୍ରମରେ ଆଜି କନ୍ଧମାଳ ଏବଂ ଗଜପତି ଜିଲ୍ଲାର ଏସପି ସ୍ୱତନ୍ତ୍ର ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲେ। କନ୍ଧମାଳ ଜିଲ୍ଲାର ଗୋଛାପଡା ଥାନା ପୋଲିସ କାଟ୍ରିଙ୍ଗିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବୁଡେଣିପଙ୍କ ଗ୍ରାମ ନିକଟସ୍ଥ ଜଙ୍ଗଲରେ ଚଢାଉ କରି ଘଟଣାସ୍ଥଳରୁ ୩୬୭୫ କେଜି, ଫୁଲବାଣୀ ସଦର ଥାନା ଅନ୍ତର୍ଗତ ବିଲବାଡି ଗ୍ରାମ ପଞ୍ଚାୟତ ନିକିନିଣ୍ଡା ଗ୍ରାମ ଜଙ୍ଗଲରୁ ୧୪୪୦ କେଜି, ତୁମୁଡିବନ୍ଧ ଥାନା କୁର୍ଥାଗୁଡ଼ା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବାନିମିଲା ଜଙ୍ଗଲରୁ ୬୧୫ କେଜି, ବ୍ରାହ୍ମଣୀଗାଁ ଥାନା ପଡ଼ିକିଆ ନିକଟସ୍ଥ ରାଜନଗର ଜଙ୍ଗଲରୁ ୨୫୫୫ କେଜି ଗଞ୍ଜେଇ ଜବତ କରାଯାଇଛି ।
ସେହିପରି ଏକ ବିଶ୍ୱସ୍ତ ସୂଚନା ଆଧାରରେ ଗଜପତି ଜିଲ୍ଲାର ଆର. ଉଦୟଗିରି ଥାନା ପୋଲିସ ସୀମା ରିଧିମା ଗାଁ ନିକଟରେ ଚଢାଉ କରି ୨୦ କୁଇଂଟାଲ ୨୦ କେଜି ୨୦୦ ଗ୍ରାମ ଓଜନର ଗଞ୍ଜେଇ ଜବତ କରାଯାଇଥିଲା। ଏହି ସମସ୍ତ ଘଟଣାରେ ପୋଲିସ ତଦନ୍ତ କରୁଥିବା ବେଳେ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି।
ସୂଚନା ଯୋଗ୍ୟ ଯେ, ନିଶା ବେପାରୀ ମାନେ ଜଙ୍ଗଲ ମଧ୍ୟରେ ଥିବା ବିଭିନ୍ନ ପରିତ୍ୟକ୍ତ ସ୍ଥାନରେ ଗାତ ଖୋଳି ଏହି ଗଞ୍ଜେଇ ରଖି ଚୋରା ଚାଲାଣ କରୁଛନ୍ତି। ଏ ସମ୍ପର୍କରେ ସୂଚନା ପାଇ ପୋଲିସ ଚଢ଼ାଉ କରିଥିଲା।
ଉଲ୍ଲେଖଯୋଗ୍ୟ ଯେ,ଗଞ୍ଜେଇ ଚାଷ ବିରୁଦ୍ଧରେ ରାଜ୍ୟ ପୋଲିସ ସ୍ୱତନ୍ତ୍ର ଅଭିଯାନ ଜାରି ରଖିଥିବା ବେଳେ ଏହାକୁ ମୂଳପୋଛ କରିବାକୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରାଯାଉଛି। ଏହି ସ୍ୱତନ୍ତ୍ର ଅଭିଯାନ ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ଏହି ସମୟ ସୀମା ମଧ୍ୟରେ ଗଞ୍ଜେଇ ଚାଷର ସଂପୂର୍ଣ୍ଣ ମୂଳୋତ୍ପାଟନ ନିମନ୍ତେ କାର୍ଯ୍ୟ କରିବାକୁ ଡିଜିପି ବରିଷ୍ଠ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଠିକ୍ ସେହିପରି କନ୍ଧମାଳ ଜିଲ୍ଲା ପୋଲିସ ଜିଲ୍ଲାର ବିଭିନ୍ନ ୪ ଟି ଥାନା ଅଂଚଳରେ ଏକକାଳୀନ ଚଢ଼ଉ କରି ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି। ଜବତ ଗଞ୍ଜେଇ, ପ୍ରାୟ ୮ ହଜାର ୨୮୫ କିଗ୍ରା ହେବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।
ମିଳିଥିବା ସୂଚନା ଅନୁଯାୟୀ, କନ୍ଧମାଳ ଜିଲ୍ଲାରୁ ଗଞ୍ଜେଇ ଚୋରା ଚାଲାଣ ରୋକିବାକୁ ଡିଜିପି ଯୋଗେଶ ବାହାଦୁର ଖୁରାନିଆ ନିର୍ଦ୍ଦେଶ ଦେଇଥିଲେ। ସେହି ଅନୁଯାୟୀ, କନ୍ଧମାଳ ଆରକ୍ଷୀ ଅଧିକ୍ଷକ ହରିଶ ବି. ସି. ଏକ ସ୍ୱତନ୍ତ୍ର ଟିମ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲେ। ଗୋଚ୍ଛାପଡ଼ା ଥାନା ଅନ୍ତର୍ଗତ କଟ୍ରିଙ୍ଗିଆ ପଂଚାୟତର ବୁଡ଼େନପଙ୍ଗା ଜଙ୍ଗଲରୁ ୩୬୭୫ କେଜି ଗଂଜେଇ ଜବତ କରିଛି ପୁଲିସ। ଏଥି ସହ ଗୋଛାପଡା ଥାନାରେ ଏକ ମାମଲା ୬୮/୨୫ ରଜ୍ଜୁ କରି ତଦନ୍ତ ଚଳାଇଛି। ଫୁଲବାଣୀ ସଦର ଥାନା ଅନ୍ତର୍ଗତ ବିଲାବାଡ଼ି ପଂଚାୟତର ସୁଦୃକୁମ୍ପା ଅଂଚଳର ନିକିନଣ୍ଡା ଜଙ୍ଗଲରୁ ୧୪୪୦ କେଜି ଗଂଜେଇ ଜବତ କରିବା ସହ ସଦର ଥାନାରେ ୫୩/୨୫ରେ ଏକ ମାମଲା ରଜ୍ଜୁ କରି ତଦନ୍ତ ଚଳାଇଛି। ସେହିପରି ତୁମୁଡିବନ୍ଧର କୋଟଗଡ ପଂଚାୟତର ବାନିମିଲା ଜଙ୍ଗଲରୁ ୬୧୫ କେଜି ଗଂଜେଇ ଜବତ କରିବା ସହ ୩୭/୨୫ ରେ ଏକ ମାମଲା ରଜ୍ଜୁ କରି ତଦନ୍ତ ଚଳାଇଛି। ସେହିପରି ବ୍ରାହ୍ମଣୀ ଗାଁ ଥାନା ଅନ୍ତର୍ଗତ ରାଜାନଗ୍ରହ ଜଙ୍ଗଲ ଅଂଚଳର ପଡିକିଆ ନିକଟରୁ ୨୫୫୫ କେଜି ଗଂଜେଇ ଜବତ କରିବା ସହ ବ୍ରାହ୍ମଣି ଗାଁ ଥାନାରେ ୨୭/୨୫ରେ ଏକ ମାମଲା ରଜ୍ଜୁ କରି ତଦନ୍ତ ଚଳାଇଛି ।
ଉପରୋକ୍ତ ସମସ୍ତ ମାମଲାର ତଦନ୍ତ ଜାରି ରହିଛି ଏବଂ ଚୋରା ଚାଲାଣରେ ସମ୍ପୃକ୍ତ ଥିବା ଅଭିଯୁକ୍ତଙ୍କୁ ଗିରଫ କରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି। ସୂଚନା ଯୋଗ୍ୟ ଯେ, ନିଶା ବେପାରୀ ମାନେ ଜଙ୍ଗଲ ମଧ୍ୟରେ ଥିବା ବିଭିନ୍ନ ପରିତ୍ୟକ୍ତ ସ୍ଥାନରେ ଗାତ ଖୋଳି ଏହି ଗଞ୍ଜେଇ ରଖି ଚୋରା ଚାଲାଣ କରୁଛନ୍ତି। ଏ ସମ୍ପର୍କରେ ସୂଚନା ପାଇ ପୋଲିସ ଚଢ଼ଉ କରିଥିଲା। ଗଞ୍ଜେଇ ଚାଷ ବିରୁଦ୍ଧରେ ରାଜ୍ୟ ପୋଲିସ ସ୍ୱତନ୍ତ୍ର ଅଭିଯାନ ଜାରି ରଖିଥିବା ବେଳେ ଏହାକୁ ମୂଳପୋଛ କରିବାକୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ ନିର୍ଦ୍ଦେଶ ଦେଇଛନ୍ତି। ଏହାକୁ ତୃଣମୂଳ ସ୍ତରରେ କାର୍ଯ୍ୟକାରୀ କରାଯାଉଛି। ଏହି ସ୍ୱତନ୍ତ୍ର ଅଭିଯାନ ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ ଏବଂ ଏହି ସମୟ ସୀମା ମଧ୍ୟରେ ଗଞ୍ଜେଇ ଚାଷର ସଂପୂର୍ଣ୍ଣ ମୂଳୋତ୍ପାଟନ ନିମନ୍ତେ କାର୍ଯ୍ୟ କରିବାକୁ ଡିଜିପି ବରିଷ୍ଠ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।