ମାଲକାନଗିରି ତା ୧୪/୧୧ (ସତ୍ୟ ନାରାୟଣ ଦାଶ)ଦାନିଗୁଡା ଉଚ୍ଚପ୍ରାଥମିକ ବିଦ୍ୟାଳୟ ଠାରେ ଶିଶୁଦିବସ ଏକ ନିଆରା ଢଙ୍ଗରେ ପାଳନ କରାଯାଇଛି l ଏହି ଶିଶୁଦିବସ ଉପଲକ୍ଷେ ଜେନ ଯୀ ସମୟର ଶିଶୁ ମାନଙ୍କ ପାଇଁ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଶଶୀରେଖା ସାମଲ ବିଦ୍ୟାଳୟରେ କେକ କଟିବା ସହ ପିଲାମାନଙ୍କ ମଧ୍ୟରେ ମିଷ୍ଟାନ ବଣ୍ଟନ କରି ଏହି ମହାନ ଦିବସ କୁ ପାଳନ କରିଥିଲେ l ଏହା ସହ ପିଲାମାନଙ୍କୁ ଏହି ଦିବସ ମହତ୍ତ୍ୱତା ବିଷୟରେ ଜଣାଇବା ସହ ଜବାହରଲାଲ ନେହେରୁଙ୍କ ମହାନ ଉଦେଶ୍ୟ ଏବଂ ଛାତ୍ରଛାତ୍ରୀ ମାନଙ୍କରେ ପାଇଁ ତାଙ୍କ ଭଲପାଇବା ସମ୍ପର୍କରେ ପିଲାମାନଙ୍କୁ ଜଣାଇ ଥିଲେ l ଏହି ଦିବସ ଉପଲକ୍ଷେ ପିଲାଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରି ସେମାନଙ୍କ ମଧ୍ୟରେ ପୁରସ୍କାର ବିତରଣ କରିଥିଲେ l ଏହି ସଭାରେ ମୁଖ୍ୟ ଅତିଥି ଭାବରେ ସି ଆର ସି ସି ରଂଜିତ କୁମାର ନାୟକ, ସମ୍ମାନିତ ଅତିଥି ମନୋରଞ୍ଜନ ସେଠୀ ପ୍ରମୁଖ ଯୋଗ ଦେଇ ସଭା କାର୍ଯ୍ୟକୁ ଆଗକୁ ବଢ଼ାଇଥିଲେ l ଏଥି ସହ ସେହି ବିଦ୍ୟାଳୟର ଅନ୍ୟ ଶିକ୍ଷକ ତଥା ତପସ୍ୱିନୀ ମହାପାତ୍ର, ମୁକ୍ତା ମାଢି, ଚାନ୍ଦିନୀ ବୁରୁଡି, CRG ପ୍ରଜ୍ଞାପାରମିତା ନାୟକ ପ୍ରମୁଖ ଯୋଗଦେଇ ଥିଲେ l ଏବଂ ଶେଷରେ ପ୍ରଶାନ୍ତ ସେଠୀ ସମସ୍ତଙ୍କୁ ଧନ୍ୟବାଦ ଜଣାଇ ସଭା ଶେଷ କରିଥିଲେ l










































