ମାଲକାନଗିରି, ୧୪/୧୧ (ସତ୍ୟ ନାରାୟଣ ଦାଶ) : ମାଲକାନଗିରି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହୁରୁଙ୍କ ଜନ୍ମଜୟନ୍ତୀ (ଶିଶୁ ଦିବସ) ବେଶ୍ ଉତ୍ସାହ ଓ ସମ୍ମାନର ସହ ଜିଲ୍ଳା ପରିଷଦ ନିକଟସ୍ଥ ପୌର ପାଳିକା କଲ୍ୟାଣ ମଣ୍ଡପ ଠାରେ ପାଳିତ ହୋଇଯାଇଛି।
ଏହି ଅବସରରେ ମାଲକାନଗିରି ଜିଲ୍ଲା କଂଗ୍ରେସ କମିଟିର ସଭାପତି ଜି. ଶ୍ରୀନିବାସ ରାଓଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମରେ ପଣ୍ଡିତ ନେହୁରୁଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟାର୍ପଣ କରାଯିବା ସହ ଦେଶଗଠନ ରେ ତାଙ୍କର ଅତୁଳନୀୟ ଅବଦାନ ଏବଂ ଶିଶୁମାନଙ୍କ ପ୍ରତି ତାଙ୍କର ଅଫୁରନ୍ତ ପ୍ରେମ ଓ ସ୍ନେହକୁ ସ୍ମରଣ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବହୁ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ରହି ପଣ୍ଡିତଜ୍ଞଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ପାଇଁ ସଂକଳ୍ପ ନେଇଥିଲେ। ମୁଖ୍ୟତଃ ଜିଲ୍ଲା ପୂର୍ବତନ ସଭାପତି ଗୋବିନ୍ଦ ପାତ୍ର, ସମ୍ପାଦକ ପଦ୍ମ ପାଙ୍ଗୀ, ପର୍ଶୁରାମ ଭକ୍ତ, ପ୍ରାଣକୃଷ୍ଣ ମଣ୍ଡଳ, ପି.କେଶୁ ରାଓ, ଛବି ଦାସ, ସୁଶାନ୍ତ ସାମଲ, ରାଜା ପ୍ରମୁଖ ଯୋଗଦେଇ ନେହୁରୁଜୀଙ୍କ ଜୀବନଦର୍ଶନ ଉପରେ ଆଲୋକପାତ କରିଥିଲେ।









































