ବୌଦ୍ଧ:- ବୌଦ୍ଧ ସହରରେ ବିଜ୍ଞପିତ ଅଞ୍ଚଳ ପରିଷଦ ପକ୍ଷରୁ ଜନସାଧାରଣଙ୍କ ପାଇଁ ଖୋଲା ଯାଇଥିବା ୧୫ଟି ଜଳଛତ୍ରକୁ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ ଏବଂ ଉପ ଜିଲ୍ଲପାଳ ପ୍ରବୀଣ କୁମାର ବାଣୁଆ ପରିଦର୍ଶନ କରିଛନ୍ତି l ବୌଦ୍ଧରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ତଥା ବୌଦ୍ଧ ଦେଶର ଉତ୍ତପ୍ତ ସହର ଭାବରେ ଚିହ୍ନଟ ହେବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ବୌଦ୍ଧଗଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ୧୫ଟି ଜଳଛତ୍ର ବିଭିନ୍ନ ରାସ୍ତା ଓ ଛକମାନଙ୍କରେ ଖୋଲା ଯାଇ ଜନସାଧାରଣଙ୍କୁ ସ୍ବଚ୍ଛ ପାନୀୟ ଜଳ ପ୍ରଦାନ କରାଯାଉଛି l ଉକ୍ତ ବ୍ୟବସ୍ଥା କିପରି ପରିଚାଳିତ ହେଉଛି ସେ ସମ୍ପର୍କରେ ଅତିରିକ୍ତ ଜିଲ୍ଲାପାଳ ଓ ଉପ ଜିଲ୍ଲାପାଳ ପରିଦର୍ଶନ କରିଥିଲେ l ଏଥି ସହିତ ସହର ମଧ୍ୟରେ ଚାଲିଥିବା ଥଣ୍ଡା ପାନୀୟ ଜଳ ସ୍ଥାନ ମଧ୍ୟ ପରିଦର୍ଶନ କରି ସ୍ଥିତି ପରଖିବା ପରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କୁ ତଥ୍ୟ ପ୍ରଦାନ କରିଥିଲେ l ଜିଲ୍ଲାପାଳ ଏହି ବିଷୟରେ ସମସ୍ତେ ତତ୍ପର ରହିବା ସହିତ ଅଧିକାରୀମାନେ ମାନବିକତା ଦୃଷ୍ଟିକୋଣରୁ ନିଜ ନିଜ କାର୍ଯ୍ୟାଳୟ ସମ୍ମୁଖରେ ଥଣ୍ଡା ପାନୀୟ ଜଳ ବଣ୍ଟନର ବ୍ୟବସ୍ଥା କରିବା ପାଇଁ ପରାମର୍ଶ ଦେଇଥିଲେ l










































