ଗଜପତି,( ଆଲୋକ କୁମାର ବୋଷ) : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ତରଫରୁ ଆତାରସିଙ୍ଗ ପଞ୍ଚାୟତର, ନୂଆଗଜ ବ୍ଲକ ଓ ରାମଗିରି ପଞ୍ଚାୟତ ଆଉ ଉଦୟଗିର ବ୍ଲକ ଠାରେ ଶିଶୁ ଚାଲାଣ ବିରୋଧରେ ଗୋଷ୍ଠୀ ସଚେତନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ନୂଆଗତ ବ୍ଲକର ତିନୋଟି ପଞ୍ଚାୟତର ବାସିନ୍ଦା ଯଥା କ୍ରମେ – ତାବରତ, ପୁତ୍ରରୁପନା ଓ ଆତାରସିଙ୍ଗରୁ ପ୍ରାୟ ୩୦୦ ଶହରୁ ଊର୍ଦ୍ଧ୍ବ ଗ୍ରାମବାସୀ ଉପସ୍ଥିତ ଥିଲେ ଏବଂ ଆର ଉଦୟଗିର ବ୍ଲକର ତିନୋଟି ପଞ୍ଚାୟତର ବାସିନ୍ଦା ଯଥା କ୍ରମେ- ରାମଗିରି, ତାବରସିଙ୍ଗ ଓ ଅନଘା ରାଜୀବ ଗାନ୍ଧୀ ସେବାକେନ୍ଦ୍ର ପ୍ରାୟ ୨୦୦ ଶହରୁ ଊର୍ଦ୍ଧ୍ବ ଗ୍ରାମବାସୀ ଉପସ୍ଥିତ ଥିଲେ । ଏହି କାର୍ଯକ୍ରମର ଉଦେଶ୍ୟ ହେଲା ଶିଶୁମାନଙ୍କର ଚାଲାଣକୁ ବିରୋଧ କରିବା ସହିତ ସେମାନଙ୍କ ପାଇଁ ସରକାରଙ୍କ ତରଫରୁ ପ୍ରଚଳିତ ସମସ୍ତ ଯୋଜନା ସମ୍ପର୍କରେ ଅବଗତ କରାଇବା ଓ ସେମାନଙ୍କୁ ସମାଜର ସ୍ବତନ୍ତ୍ର ପରିଚୟ ଦେଇ ସେମାନଙ୍କର ସର୍ବାଙ୍ଗୀନ ଉନ୍ନତି ପାଇଁ କାର୍ଯ କରିବା । କୌଣସି ଶିଶୁ ଯେପରି ତାଙ୍କର ଅଧିକାରରୁ ବଞ୍ଚିତ ନହୁଏ କିମ୍ବା ବିପଦ ସଙ୍କୁଳ ପରିବେଶକୁ ଚାଲି ନ ଯାଏ ସେଥି ନିମନ୍ତେ ଜିଲ୍ଲା ଶିଶୁସୁରକ୍ଷା ୟୁନିଟ୍ ତରଫରୁ ସମସ୍ତ ସୁବିଧା ଯୋଗାଇବା ପାଇଁ ଆଲୋଚନା କରାଯାଇଥିଲା।
ଆତାରସିଙ୍ଗ ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥ୍ ଭାବରେ ଆର, ଉଦୟଗିରୀ ଇନ୍ସପେକଟେର ସୁପୁରାଣୀ ବେହେରା, ନୂଆଗଜ ବ୍ଲକର ଶିଶୁ ବିକାଶ ପ୍ରକଳ୍ପ ଅଧୁକାରିଣୀ ଶ୍ରୀମତୀ ରାଜେଶ୍ବରୀ ପାତ୍ର, ସମିତି ସଭ୍ୟ। ଉତାନି ରାଇକା, ଆତାରସିଙ୍ଗ ପଞ୍ଚାୟତର ସରପଞ୍ଚ ଜୀବନୀ ଗମାଙ୍ଗୋ,ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧୂକାରୀ ରବୀନ୍ଦ୍ର କୁମାର ପାତ୍ର ସହ ସମସ୍ତ ୱାର୍ଡର ୱାର୍ଡମେମ୍ବର ପ୍ରମୁଖ ଉପସ୍ଥିତ ଥିଲେ। ଡକ୍ଟର ଅନୁପ ରାଜା ଓ ରାଜେଶ ମିଶ୍ର (ଆଇନଜୀବୀ) ଅଂଶ ଗ୍ରହଣ କରିଥିଲେ । ଏହା ସହିତ ରାମଗିରି ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥ୍ ଭାବରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଅରୁଣ ତ୍ରିପାଠୀ, ଜିଲ୍ଲା ପରିଷଦ ସଭ୍ୟ ମଣିକ ଗମାଙ୍ଗୋ, ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧୁକାରୀ ଲକ୍ଷ୍ମୀକାନୁ ପଣ୍ଡା ସହ ସମସ୍ତ ୱାର୍ଡର ୱାର୍ଡମେମ୍ବର ପ୍ରମୁଖ ଉପସ୍ଥିତ ଥିଲେ ।