ଭୁବନେଶ୍ୱର ୯ ମାର୍ଚ୍ଚ – ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ଅନନ୍ତ ଦାସଙ୍କର ରବିବାର ଭୋର ସମୟରେ ଭୁବନେଶ୍ୱର ସ୍ଥିତ ତାଙ୍କ ବାସଭବନରେ ବିୟୋଗ ହୋଇଛି । ସେ ୮୫ ବର୍ଷ ବୟସର ଥିଲେ ଏବଂ ପାରିବାରିକ ସୂତ୍ର ମୁତାବକ, ସେ ଦୀର୍ଘଦିନରୁ ଅସୁସ୍ଥ ଥିଲେ ।
ଅନନ୍ତ ଦାସ ୪ଥର ବିଧାୟକ ଥିଲେ । ସେ ଭୋଗରାଇ ବିଧାନସଭା କ୍ଷେତ୍ରର ପ୍ରତିନିଧିତ୍ୱ କରିଥିଲେ ଏବଂ ୨୦୦୪, ୨୦୦୯, ୨୦୨୪ ଓ ୨୦୧୯ରେ ଚାରିଥର ବିଜେଡି ପ୍ରାର୍ଥୀ ଭାବେ ଓଡ଼ିଶା ବିଧାନସଭାରେ ନିର୍ବାଚନ ଜିତିଥିଲେ । ସେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ବିଶିଷ୍ଟ ସରକାରରେ ଶିଳ୍ପ ମନ୍ତ୍ରୀ, ଉଚ୍ଚଶିକ୍ଷା ମନ୍ତ୍ରୀ ଓ ସରକାରଙ୍କ ମୁଖ୍ୟ ସଚେତକ ଓ ବାଲେଶ୍ୱର ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପଦରେ କାର୍ଯ୍ୟ କରିଥିଲେ ।
୧୯୪୦ ମସିହା ଅଗଷ୍ଟ ୨୮ରେ ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ଭୋଗରାଇ ବ୍ଲକର କୁରୁତିୟା ଗାଁରେ ଜନ୍ମ ହୋଇଥିବା ଅନନ୍ତ ଦାସ ତାଙ୍କ ଅଂଚଳ ତଥା ରାଜ୍ୟର ବିକାଶ ପାଇଁ ଅନେକ କାର୍ଯ୍ୟ କରିଥିଲେ । ତାଙ୍କ ବିୟୋଗରେ ବିଭିନ୍ନ ଦଳର ନେତା ଗଭୀର ଶୋକ ପ୍ରକାଶ କରିଛନ୍ତି ।