ନୂଆଦିଲ୍ଲୀ: ବଦ୍ରିନାଥରେ ବଡ ଧରଣର ହିମସ୍ଖଳନ ହୋଇଛି । ଚମୋଲି ମାଣା ଗାଁରେ ରାସ୍ତା ନିର୍ମାଣ ବେଳେ ଏହି ହିମସ୍ଖଳନ ଘଟିଥିବା କୁହାଯାଉଛି । ୫୭ ଜଣ ଶ୍ରମିକ ହିମସ୍ଖଳନରେ ପୋତି ହୋଇଥିଲେ, ସେଥିରୁ ୧୦ ଜଣଙ୍କୁ ଉଦ୍ଧାର କରାଯାଇଛି । ବାକି ୪୭ ଜଣଙ୍କୁ ଖୋଜା ଚାଲିଛି । ହିମସ୍ଖଳନ ହେବା ପରେ ପ୍ରଶାସନ ଏବଂ BRO ଟିମ୍ ଘଟଣା ସ୍ଥଳକୁ ଯାଇଛି । ଏବେ ଆଇଟିବିପି ଏବଂ ଗଢ୍ୱାଲ ସ୍କାଇଟ ଟିମ୍ ଉଦ୍ଧାର କରୁଛନ୍ତି । ହିମସ୍ଖଳନ ହେବା ସମୟରେ ଘଟଣା ସ୍ଥଳରେ ଅନେକ ଶ୍ରମିକ କାମ କରୁଥିଲେ । ସମସ୍ତେ BRO ର କଣ୍ଟ୍ରାକ୍ଟରେ କାମ କରୁଥିବା ଠିକାଦାର ଶ୍ରମିକ ରହିଥିଲେ । ହିମସ୍ଖଳନ ଯୋଗୁଁ ସମସ୍ତେ ଏତେ ତେଣେ ଦୌଡିଥିଲେ । କିଛି ସଫଳ ହୋଇଥିବା ବେଳେ ଅନ୍ୟ ୫୭ ଜଣ ଦବିରହିଥିଲେ ।