ନବରଙ୍ଗପୁର (ଶରତ ଦାଶ): ଜିଲ୍ଲା ମଙ୍ଗଳ ଅଧିକାରୀ ରବୀନ୍ଦ୍ର ପାଲକା ଙ୍କ ସଭାପତିତ୍ବ ରେ ପାପଡାହାଣ୍ଡି ବାଳିକା ବିଦ୍ୟାଳୟ ପରିସରରେ ଜିଲ୍ଲା ସ୍ତରୀୟ ସର୍ଗିଗୁଲ କାର୍ଯ୍ୟକ୍ରମର ସମାପନ ହୋଇଛି। ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ମନ୍ତ୍ରୀ ଗଣ ଶିକ୍ଷା,ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ବିଭାଗ, ପଛୁଆ ବର୍ଗ ଲଘୁ ସମ୍ପ୍ରଦାୟ ସାମାଜିକ ସୁରକ୍ଷା ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ, ମୁଖ୍ୟ ଅତିଥି ଭାବରେ ଯୋଗଦେଇ ନିଜ ଅଭିଭାଷଣ ରେ ଛାତ୍ର ଛାତ୍ରୀଙ୍କୁ ଉଦବୋଧନ ଦେଇ ସଫଳତାର ଚାବିକାଠି ନିଜ ହାତରେ ଅଛି ବୋଲି କହିଥିଲେ। ସେହିପରି ଅନ୍ୟତମ ଅତିଥି ଭାବରେ ସାଂସଦ ପ୍ରତିନିଧି ସୋମନାଥ ପୂଜାରୀ, ପ୍ରକଳ୍ପ ପ୍ରଶାସକ ରାଜୀବ ଲୋଚନ ସାହୁ, ଅତିରିକ୍ତ ଜିଲ୍ଲା ମଙ୍ଗଳ ଅଧିକାରୀ ଭରତ ଚନ୍ଦ୍ର ସାହୁ, ନିବେଦିତା ବିଶ୍ଵାଳ, ସତ୍ୟବ୍ରତ ବେହେରା, ପାପଡ଼ହାଣ୍ଡି ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ପ୍ରଭାତୀ ବେହେରା ମଞ୍ଚାସିନ ଥିଲେ। ସଭାପତିତ୍ବ ଅଭିଭାଷଣରେ ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ପଲକା କହିଥିଲେ ଛାତ୍ର ଛାତ୍ରୀ ପାଠ ପଢ଼ିଲେ ନିଜର ବିକାଶ କରିବା ସାଥେ ସାଥେ ସମାଜର ବିକାଶ କରିପାରିବେ । କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ଲାଭ କରିଥିବା ଛାତ୍ର ଛାତ୍ରୀଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା । ଦଳଗତ ନୃତ୍ୟ ପ୍ରତିଯୋଗିତାରେ ସନ୍ତୋଷପୁର ଉଚ୍ଚ ବିଦ୍ୟାଳୟ ପ୍ରଥମ ସ୍ଥାନ ଅଧିକାର କରି ଥିବା ବେଳେ ଏକକ ନୃତ୍ୟ ପ୍ରତିଯୋଗିତା ରେ ବରିଷ୍ଟ ବିଭାଗରେ କର୍ଚାମଲ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ତୁଳସା ଭତରା କନିଷ୍ଟ ବିଭାଗରେ ଅନ୍ୱେଷା ବିଦ୍ୟାଳୟ ର ଭାଗ୍ୟ ଜ୍ୟୋତି ହରିଜନ ପ୍ରମୁଖ ରାଜ୍ୟ ସ୍ତରୀୟ ସର୍ଗିଫୁଲ କାର୍ଯ୍ୟକ୍ରମରେ ଭାଗ ନେବା ନିମନ୍ତେ ଯୋଗ୍ୟ ବିବେଚିତ ହୋଇଛନ୍ତି , ସେହିପରି ଭଳି ବଲ୍ ପ୍ରତିଯୋଗିତାରେ ବାଳିକା ବିଭାଗରେ ଉଛ ମାଧ୍ୟମିକ ବିଦ୍ୟାଳୟ କର୍ଚାମାଲ, ବାଳକ ବିଭାଗରେ ବଡମସିଗାଁ ଉଛ ବିଦ୍ୟାଳୟ ବିଜୟ ହାସଲ କରିଛନ୍ତି । ବିଜ୍ଞାନମେଳା ରେ ପ୍ରଥମ ସ୍ଥାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, କର୍ଚାମାଳ ସମେତ ୯ ଗୋଟି ବିଦ୍ୟାଳୟ କୃତକାର୍ଯ୍ୟ ହୋଇ କଳାହାଣ୍ଡି ଠାରେ ଅନୁଷ୍ଠିତ ହେବାକୁ ଥିବା ଜୋନାଲ ସ୍ତରୀୟ ବିଜ୍ଞାନ ମେଳା ରେ ଭାଗ ନେବେ। ଛାତ୍ର ଛାତ୍ରୀଙ୍କ ମଧ୍ୟରେ ଅନୁଷ୍ଠିତ ବକ୍ତୃତା, ଚିତ୍ରାଙ୍କନ,ତର୍କ, ସୃଜନଶୀଲ ଲିଖନ, କୁଇଜ୍ ର ବିଜେତା ମାନଙ୍କୁ ମଞ୍ଚରେ ପୁରସ୍କୃତ କରାଯାଇଥିଲା । ସେହିପରି ଅବସରପ୍ରାପ୍ତ ଜିଲ୍ଲା ମଙ୍ଗଳ ବିଭାଗର ଅବସର ପ୍ରାପ୍ତ କର୍ମଚାରୀ ମାନଙ୍କୁ ଉପଢୌକନ ଏବଂ ମାନପତ୍ର ଦେଇ ସମ୍ମାନିତ କରାଯାଇଥିଲା। ସୂଚନା ଯୋଗ୍ୟ ଯେ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାର ସମସ୍ତ ବ୍ଲକ୍ ରୁ ତିନି ହଜାରରୁ ଅଧିକ ଛାତ୍ର ଛାତ୍ରୀଙ୍କ ସମାବେଶ ଦେଖିବାକୁ ମିଳିଛି। ଜିଲ୍ଲା ଇତିହାସ ରେ ପ୍ରଥମ ଥର ପାଇଁ ସର୍ଗିଫୁଲ ମଞ୍ଚରେ ୧୫୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ମଞ୍ଚ ସଞ୍ଚାଳନ କରି ଏକ ରେକର୍ଡ ସୃଷ୍ଟି କରିଛନ୍ତି। ନୃତ୍ୟ ପ୍ରତିଯୋଗିତା ର ବିଚାରକ ଭାବରେ ବିଶିଷ୍ଟ କଳାକାର ଫଲଗୁନି ପାତ୍ର ଯୁଗଳ ତ୍ରିପାଠୀ ଏବଂ ପଙ୍କଜ ଚୌଧୁରୀ ଯୋଗ ଦେଇଥିଲେ। ସାର୍ଗିଫୁଲ କାର୍ଯ୍ୟକ୍ରମ ପରିଚାଳନା କରିବାରେ ମଙ୍ଗଳ ବିଭାଗର ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ଜିଲ୍ଲା ମଙ୍ଗଳ ବିଭାଗର ବରିଷ୍ଠ ରାଜସ୍ବ ସହାୟକ ଜିତେନ୍ଦ୍ର କୁମାର ଚୌଧରୀ, କାର୍ଯ୍ୟାଳୟ ସହାୟକ ପ୍ରକାଶ ବାରିକ ସମେତ ଅନ୍ୟ କର୍ମଚାରୀ ମାନେ ସହଯୋଗ କରିଛନ୍ତି।










































