ଭୁବନେଶ୍ୱର : ସାରର କଳାବଜାରୀ ହେଉଛି । ଜାଣି ଶୁଣି କିଛି ଲୋକ କଳବଜାରୀ କରୁଥିବା କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ରାଜ୍ୟରେ ଆବଶ୍ୟକ ପରିମାଣର ସାର ଅଛି। ଖୁବ ଶୀଘ୍ର ସମସ୍ୟାର ସମାଧାନ ହେବ। କିନ୍ତୁ କଳାବଜାରୀ କାରଣରୁ ଅନେକ ସମସ୍ୟା ଉପୁଜିଛି। ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି। ଅନେକ ଡିଲରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ମନ୍ତ୍ରୀ କହିଛନ୍ତି ।