ଜଗତସିଂହପୁର : ପାଖେଇ ଆସୁଛି ରଙ୍ଗର ପର୍ବ ହୋଲି ସରକାରୀସ୍ୱୀକୃତି ପ୍ରାପ୍ତ ମଦ ଦୋକାନ ରହିଥିବା ବେଳେ l ଗ୍ରାମାଅଚଳ ରେ ଅଧିକ ଚୋରାମଦ ବେପାରୀ ମାଲାମାଲ ହେବା ପାଈଁ ଆଗକୁ ଆସୁଥିବା ରଙ୍ଗର ପର୍ବ ହୋଲି ତାକୁ ଦୁଷ୍ଟିରେ ରଖି ଅଧିକ ଚଢାଦରରେ ବିକିବା ପାଇଁ ସଜବାଜ ହେଲେଣି l ତେବେ ଅବକାରୀ ବିଭାଗ ଓ ପୋଲିସପ୍ରଶାସନ ଟାର୍ଗେଟ ପୁରଣ କରିବା ପାଇଁ ଚୋରା ମଦ ଦୋକାନିଙ୍କ ଉପରେ କାଁ ଭାଁ ଲୋକ ଦେଖାଣିଆ କୁ ମାତ୍ର ଚଢାଉ କରି ବାଃ ବାଃ ନେଉଥିବା ପୂର୍ବରୁ ଅନେକ ଥର ନଜର କୁ ଆସିଛି । ସୂଚନାନୁଯାୟୀ ଜଗତସିଂହପୁରବ୍ଲକ ପଲ୍ଲୀପଞ୍ଚାୟତରେ ଏମିତି କୌଣସି ସ୍ଥାନ, ଛକ ବଜାର ନାହିଁ ଯେଉଁଠି ଚୋରା ମଦ ଗଞ୍ଜେଇ ବିକ୍ରି ନହେଉଛି।
ଏମିତିକି ହୋଲିରେ ଯେପରି କୌଣସି ଅପ୍ରୀତିକର ପରିସ୍ଥିତି ନଘଟେ ସେଥିପାଇଁ ସରକାରଙ୍କ ପକ୍ଷରୁ ମଦବିକ୍ରି ଉପରେ କଟକଣା ଲଗାଯାଇଥିଲା। ସରକାରୀ ସ୍ୱୀକୃତିପ୍ରାପ୍ତ ମଦଦୋକାନ ଗୁଡିକ ସରକାରଙ୍କ ନିର୍ଦ୍ଦେଶାନୂଯାୟୀ ବନ୍ଦ ରହିଥିବା ବେଳେ ପଲ୍ଲୀପଞ୍ଚାୟତର ସିଙ୍ଗିପୁର,ଗଉଡ଼ୁଣୀପଡିଆ, ବାଜପୁର ଗାଁ ଗହଳି ଛକ ନିକଟବଜାରରେ ଚୋରାମଦ ବେପାରୀ ମାନେ ଖୋଲାଖୋଲି ଯୋରଦାର୍ ବେପାର ଚଳାଇଥିବା ଦେଖିବାକୁ ମିଳିଛି l
ତେବେ ଜଗତସିଂହପୁର ଥାନା ଓ ଅବକାରୀ ଅବକାରୀକାର୍ଯ୍ୟାଳୟ ନିକଟରୁ ପଲ୍ଲୀପଞ୍ଚାୟତର ଦୂରତା ୭କିମି କିନ୍ତୁ ଦିନ ବେଳାରେ ଚୋରାମଦବେପାରୀ ଗାଡ଼ିରେ ମଦ ଲୋର୍ଡକରୀ ନେଉଥିବା ଦେଖାଗଲେଣି l କିନ୍ତୁ ରାତି ପର୍ଯ୍ୟନ୍ତ ଖୋଲାଖୋଲି ଚୋରା ମଦ ବେପାର ଚାଲିଥିବା ବେଳେ ବାଲିଭଉଁରୀ-ନାଉଗାଁ ରାସ୍ତାର ସିଙ୍ଗିପୁର, ବରୁଣା, ବାଜପୁରରେ ଦିର୍ଘଦିନ ହେବ ଏହି ସବୁ ସ୍ଥାନରେ ଚୋରା ମଦଦୋକାନ ଖୋଲାଯାଇ ବାର୍ ଚାଲୁଥିବା କୁହାଯାଉଥିବା ବେଳେ ଆଗକୁ ରହିଛି ହୋଲିପର୍ବ ଦିନ ସକାଳ ଠାରୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ମଧ୍ୟ ସେଠାରେ ଖୋଲାଖୋଲି ଭାବେ ଯୋରଦାର୍ ଚୋରା ମଦ ବେପାର ଚାଲିବା ଫଳରେ ସ୍ଥାନୀୟ ଅଞ୍ଚଳରେ ମଦୁଆଙ୍କ ପ୍ରବଳ ଉପଦ୍ରବ ଯୋଗୁଁ ବର୍ତମାନଠାରୁ ବୁଦ୍ଧିଜୀବୀ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଲାଣି l
ତେବେ ବିଭିନ୍ନ ବ୍ରାଣ୍ଡର ମଦକୁ ଅତିରିକ୍ତ ଚଢା ଦରରେ ବିକ୍ରୀ କରି ସାଧାରଣ ଲୋକଙ୍କୁ ଶୋଷଣ କରି ଉକ୍ତ ଚୋରା ମଦ ବେପାରୀ ମାଲେମାଲ୍ ହେବା ପାଇଁ ଆଗୁଆ ସଜବାଜ ହେଲେଣି l ଜଗତସିଂହପୁର ପୋଲିସ,ଅବକାରୀ ବିଭାଗର ଭୂମିକାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନିର୍ଭୟରେ ଦିନରାତି ଖୋଲାଖୋଲି ଚୋରା ମଦ ବିକ୍ରି କରୁଥିବା ଉକ୍ତ ଚୋରା ମଦ ବେପାରୀମାନେ ମାସିକିଆ ମୋଟା ଅଙ୍କର ବଟି ଦେଇ ବିଭାଗ ଠାରୁ ଅଭୟ ବର ପାଇ ଧରାକୁ ସରା ମଣୁଛନ୍ତି ବୋଲି କୁହାଯାଉଛି।ସରକାରୀ ନୀତି ନିୟମ ଓ ସାଧାରଣ ଲୋକଙ୍କ ହିତକୁ ଜଳାଞ୍ଜଳି ଦେଇ ଜିଲ୍ଲାରେ କିଛି ଅସାଧୁ ଅଫିସର ନିଜ ପକେଟ୍ ଗରମ କରି ମାଲେମାଲ୍ ହେବା ପାଇଁ ଉକ୍ତ ଚୋରା ମଦ ବେପାରୀଙ୍କୁ ଅମରବର ପ୍ରଦାନ କରିଛନ୍ତି ବୋଲି ଚର୍ଚ୍ଚା ହେବାର ଲାଗିଛି ।
ସବୁଦେଖି ବିଭାଗୀୟ କର୍ମଚାରୀଙ୍କୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ଦେଖାଦେଇଥିବା ବେଳେ ବୁଦ୍ଧିଜୀବୀ ମହଲରେ ନିନ୍ଦା କରାଯାଉଥିବା ଶୁଣିବାକୁ ମିଳୁଛି।ଏହି ଦିଗରେ ପୋଲିସ ପ୍ରଶାସନ ଅଭିବାଗ କେଉଁ ଭଳି କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ଦେଖିବାକୁ ରହିଛି l ଜଗତସିଂହପୁର ରୁ ଅସ୍ମିତା ମହାନ୍ତି ଙ୍କ ରିପୋର୍ଟ l