ସୁବର୍ଣ୍ଣପୁର (ଧୃବରାଜ ମିଶ୍ର) : ରାତିରେ ପୁଲିସ ହୋମ ଗାର୍ଡ ଡ୍ୟୁଟି ଦିନରେ ବେଆଇନ ଏଲପିଜି ଗ୍ୟାସ ବେପାର କରୁଥିଲା ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନାର ହୋମଗାର୍ଡ I ଖବର ପାଇଁ ମାଡ଼ି ବସିଲା ଜିଲ୍ଲା ଯୋଗାଣ ବିଭାଗ l ଏହି ଜିଲ୍ଲା ବିନିକା ଥାନାରେ କାର୍ଯ୍ୟରତ ହୋମଗାର୍ଡ ଧନଞ୍ଜୟ ବହିଦାର ବର୍ଷବର୍ଷ ଧରି ବେଆଇନ ଭାବେ ଗ୍ୟାସ କାରବାର କରୁଥିଲେ l ହେଲେ ବିଶ୍ଵସ୍ଥ ସୂତ୍ରରୁ ଖବର ପାଇଁ ଵିନିକା ସହରର ୧୨ ନମ୍ବର ୱାର୍ଡ ଜଗଦଳପୁର ସ୍ଥିତ ହୋମଗାର୍ଡଙ୍କ ଘରେ ଜିଲ୍ଲା ଯୋଗାଣ ବିଭାଗ,ପୁଲିସ ଓ ତହସିଲଦାର ତଥା ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଚଢାଉ କରିଛି l ଜନ ବସତି ଭିତରେ ଥିବା ଘର ଭିତରୁ ୮ ଟି ବେଆଇନ ଗ୍ୟାସ ଟାଙ୍କିକୁ ଜବତ କରିବା ସହ ହୋମଗାର୍ଡ ଧନଞ୍ଜୟ ବହିଦାରକୁ ପଚରା ଉଚରା କରୁଛି ଇ ବିନିକା ତହସିଲଦାର ତଥା ମାଜିଷ୍ଟ୍ରେଟ ରସ୍ନା ଭୋଇ, ସିଏସଓ କେଦାର ନାଥ ନାୟକ, ଏସିଏସଓ ରେବତୀସ ସିଂ ନାଏକ, ସୋନପୁର ସପ୍ଲାଏ ଇନ୍ସପେକ୍ଟର ପ୍ରତ୍ୟାଶା ମିଶ୍ର,ଉଲୁଣ୍ଡା ସପ୍ଲାଏ ଇନପେକ୍ଟର ଦେବାଶିଷ ତ୍ରିପାଠୀ,ବିନିକା ସପ୍ଲାଏ ଇନ୍ସପେକ୍ଟର ପ୍ରମୋଦ ପଣ୍ଡା ଏବଂ ପୁଲିସ ଷ୍ଟାଫ ପ୍ରମୁଖ ଚଢ଼ାଉରେ ସାମିଲ ହୋଇଥିଲେ l










































