ବ୍ରହ୍ମପୁର ୪/୮(ସୁଦେଶ ପାତ୍ର):ବ୍ରହ୍ମପୁର MKCG ମେଡିକାଲ କଲେଜ ହସ୍ପିଟାଲ ଅବସ୍ଥା ଦିନକୁ ଦିନ ଆହୁରି ଖରାପ। ଗୋଟିଏ ଅକ୍ସିଜେନ୍ ସିଲିଣ୍ଡରରୁ ଦୁଇ ଜଣ ନବଜାତ ଶିଶୁଙ୍କୁ ଅକ୍ସିଜେନ୍ ପ୍ରଦାନ କରାଯାଉଛି। ଶିଶୁ ବିଭାଗ ଅଧୀନରେ ଚିକିତ୍ସିତ ହେଉଥିବା ଶିଶୁଙ୍କୁ ସୁପର ସ୍ପେସିଆଲିଟି କୋଠାକୁ ଇକୋ ନିମନ୍ତେ ଅଣାଯାଇଥିବା ବେଳେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି। ଗତ ଦୁଇ ବର୍ଷ ପୂର୍ବେ ଏଭଳି ସମାନ ଦୃଶ୍ୟ ଦେଖିବାକୁ ମିଳିଥିଲା। ତେବେ ଗୋଟିଏ ଅକ୍ସିଜେନ୍ ସିଲିଣ୍ଡରରୁ ଦୁଇ ଜଣ ଶିଶୁଙ୍କୁ ଅକ୍ସିଜେନ୍ ପ୍ରଦାନ କେତେ ଯୁକ୍ତିଯୁକ୍ତ ରହିଛି। ଶିଶୁ ବିଭାଗ ଡାକ୍ତରଙ୍କ ଏଭଳି ନିଷ୍ପତିରୁ ଉଭୟ ଶିଶୁ କେତେ ସୁରକ୍ଷିତ । ଭଗବାନ୍ ହିଁ ଭରସା ଏଠାରେ ଚିକିତ୍ସିତ ରୋଗୀ ମାନଙ୍କୁ।










































