ବୌଦ୍ଧ:- ବୌଦ୍ଧ କଚେରୀ ପଡିଆଠାରେ ଆନ୍ତର୍ଜାତୀୟ ମହିଳା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି l ଚଳିତ ବର୍ଷର ବାର୍ତ୍ତା “ବେଟି ବଚାଓ ବେଟି ପଢାଓ”, ସୁଭଦ୍ରାର ଦ୍ଵିତୀୟ କିସ୍ତି ଏବଂ ଅନ୍ତର୍ଜାତୀୟ ମହିଳା ଦିବସ ଏହି ତିନି ଗୋଟି ଆଭିମୁଖ୍ୟ ଥିବା ବେଳେ କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ମହିଳା ଯୋଗ ଦେଇଥିଲେ l ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବରେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ, ସମ୍ମାନୀତ ଅତିଥି ଭାବରେ କଣ୍ଟାମାଳ ବିଧାୟକ କହ୍ନେଇଁ ଚରଣ ଡାଙ୍ଗ, ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା, ଆରକ୍ଷୀ ଅଧିକ୍ଷକ ରାହୁଲ ଗୋୟଲ, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଉପ ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ, ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶି ପ୍ରତ୍ୟୁଷ ରଥ, ହରଭଙ୍ଗା ବ୍ଲକ ଅଧ୍ୟକ୍ଷା ସ୍ନେହଲତା ପ୍ରଧାନ, ସାଂସଦଙ୍କ ପ୍ରତିନିଧି ଯୁଗଳ କିଶୋର ସାମଲ ପ୍ରମୁଖ ଯୋଗ ଦେଇଥିଲେ l ଗଞ୍ଜାମଠାରେ ଅନୁଷ୍ଠିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଉପ ମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓଙ୍କ ସମେତ ମନ୍ତ୍ରୀ ମଣ୍ଡଳର ବହୁ ବରିଷ୍ଠ ମନ୍ତ୍ରୀ ମାନଙ୍କ ଉଦବୋଧନ କାର୍ଯ୍ୟକ୍ରମର ସିଧା ପ୍ରସାରଣ କରାଯାଇଥିଲା l ସେହିପରି ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରୁ ସୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତି ଟଙ୍କା ପ୍ରେରଣ କରାଯାଇଥିଲା l କାର୍ଯ୍ୟକ୍ରମକୁ ମେଣ୍ଢିମାଲ ଉଚ୍ଚ ବିଦ୍ୟାଳୟର ସଂସ୍କୁତ ଶିକ୍ଷକ ପ୍ରମୋଦ ପ୍ରଧାନ, ସମବାୟ ସମିତି ସହ ନିବନ୍ଧକ ହାଡ଼ିବନ୍ଧୁ ମହାଖୁଡ଼ ପରିଚାଳନା କରିଥିବା ବେଳେ ସାଂସ୍କୁତିକ କାର୍ଯ୍ୟକ୍ରମକୁ ଶ୍ରଦ୍ଧାଞ୍ଜଳି ସାହୁ ଏବଂ ବର୍ଷାରାଣୀ ମେହେର ପରିଚାଳନା କରିଥିଲେ l ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ହାସଲ କରିଥିବା ମହିଳା ଏବଂ ଛାତ୍ରୀମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି ଉପଲକ୍ଷେ ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରୀ, “ବେଟି ବଚାଓ, ବେଟି ପଢାଓ” ରେ ୧୦ମ ଶ୍ରେଣୀରେ କୃତିତ୍ୱ ହାସଲ କରିଥିବା ୧୦ ଜଣ ଛାତ୍ରୀ, ରଙ୍ଗୋଲି ଏବଂ ସଂଗୀତ ପ୍ରତିଯୋଗିତାର କୃତୀ ଅଙ୍ଗନବାଡି କର୍ମୀ, ଶ୍ରେଷ୍ଠ ୩ ଜଣ ଆଶା, ୩ ଜଣ ଶ୍ରେଷ୍ଠ ଶିକ୍ଷୟତ୍ରୀ, ୩ ଜଣ ଶ୍ରେଷ୍ଠ ମହିଳା ସାମ୍ବାଦିକ, ମହିଳା ସନ୍ତରଣକାରି, ୱାଡେନ ଓ ମହିଳା ଉଦ୍ୟାନ ଚାଷୀ, ୩ଟି ସମନ୍ବିତ ଶିଶୁ ବିକାଶ କେନ୍ଦ୍ରରୁ ବିଭିନ୍ନ ଖେଳର କୃତୀ ପ୍ରତିଯୋଗୀ(ମହିଳା), ୩ ପ୍ରୋଜେକ୍ଟର ଅଙ୍ଗନୱାଡି ହେଲପର, ଅଙ୍ଗନୱାଡି କର୍ମୀ, ମହିଳା ସୁପରଭାଇଜର, ସି.ଡି.ପି.ଓ.ମାନଙ୍କୁ ଅତିଥିମାନେ ସମ୍ବର୍ଦ୍ଧିତ କରିଥିଲେ l କାର୍ଯ୍ୟକ୍ରମରେ ଭାରପ୍ରାପ୍ତ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଗୋପାଳ ଚରଣ ମଲ୍ଲିକ ସମସ୍ତ ଅତିଥିଙ୍କୁ ସ୍ୱାଗତ ପୂର୍ବକ ସମ୍ବର୍ଦ୍ଧିତ କରିଥିଲେ l କାର୍ଯ୍ୟକ୍ରମ ଶେଷରେ ପି.ଓ. ରୀନା ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ ଏବଂ ବାଲ୍ୟ ବିବାହ ନିଷେଧ ପରାମର୍ଶଦାତ୍ରୀ ପ୍ରବୀଜ୍ଞା ଦାସ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ, ବୌଦ୍ଧ ତହସିଲଦାର ଅନିତା କୁମାରୀ ସାହୁ, ବୌଦ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଯୁଧିଷ୍ଠିର ମେହେର ଓ ହରଭଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ କୁମାର ସେଠୀଙ୍କ ସମେତ ସମସ୍ତ ଡେପୁଟି କଲେକ୍ଟର, ସହକାରୀ ଜିଲ୍ଲାପାଳ, ସମସ୍ତ ଅତିରିକ୍ତ ତହସିଲଦାର, ଜିଲ୍ଲାସ୍ତରୀୟ ଅଧିକାରୀମାନେ ସମସ୍ତ କାମରେ ସହଯୋଗ କରିଥିଲେ l ଉକ୍ତ କାର୍ଯ୍ୟକ୍ରମ ଉପଲକ୍ଷେ ମା’ ପୂର୍ଣ୍ଣମାସି ମହିଳା ପାଲା ଦଳ ପାଲା ପରିବେଷଣ କରିଥିଲେ l ବାଲାସିଙ୍ଗା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ଛାତ୍ରୀମାନେ ସଚେତନତା ଧର୍ମୀ ଗୀତିନାଟ୍ୟ ମାଧ୍ୟମରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l ସେଣ୍ଟ ଜାଭିଅର ପବ୍ଲିକ ସ୍କୁଲରଛାତ୍ରୀ ଚୁମକି ସ୍ୱାଇଁ, ଅମୟ ପ୍ରିୟଂଶି, ସ୍ୱୟମସୁଧା, ଆନନ୍ଦିତା ସରକାର ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଶ୍ରୀରାମ କାର୍ଟୁନ କମେଡି ଦଳ କାର୍ଟୁନ ନୃତ୍ୟ ପରିବେଷଣ କରିଥିଲେ l