ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ । ଏହି ଅବସରରେ ଯୋଗମୟ ହୋଇଛି ସାରା ଜଗତ । ଏକାଦଶ ଅନ୍ତର୍ଜାତୀୟ ଯୋଗ ଦିବସରେ ପ୍ରତିବର୍ଷ ଭଳି ଏଥର ମଧ୍ୟ ଜୁନ୍ ୨୧ରେ ସାରା ବିଶ୍ୱରେ ଏହାକୁ ପାଳନ କରାଯାଉଛି । ଏବର୍ଷର ଥିମ୍ ରହିଛି ‘ଏକ ପୃଥିବୀ, ଏକ ସ୍ୱାସ୍ଥ୍ୟ ପାଇଁ ଯୋଗ । ବିଶାଖାପାଟଣା ବେଳାଭୂମିରେ ଜାତୀୟ ଯୋଗ ଦିବସ ପାଳନରେ ସାମିଲ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆରକେ ବିଚ୍ ଠାରୁ ଭୋଗପୁରମ ପର୍ଯ୍ୟନ୍ତ ୨୬କିଲୋମିଟର କରିଡରରେ ଅନୁଷ୍ଠିତ ହୋଇଛି ଏହି କାର୍ଯ୍ୟକ୍ରମ । ଯେଉଁଠାରେ ୩ଲକ୍ଷ ଲୋକ ଏଥିରେ ସାମିଲ ହୋଇଥିବା ସୂଚନା ମିଳିଛି ।ଯୋଗ ଦିବସରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ ସମୟରେ ବଢୁଥିବା ମେଦବହୁଳତା ସମଗ୍ର ବିଶ୍ୱ ପାଇଁ ଏକ ଚ୍ୟାଲେଞ୍ଜ ପାଲଟିଛି । ମନ କି ବାତ୍ କାର୍ଯ୍ୟକ୍ରମରେ ଏହି ବିଷୟରେ ପୂର୍ବରୁ କହିଛନ୍ତିୂ ମୋଦୀ । ଯୋଗ ସାରା ବିଶ୍ୱକୁ ଯୋଡିଛି । ଯୋଗକୁ ସାରା ବିଶ୍ୱରୁ ସମର୍ଥନ ମିଳିଛି । ଏହାକୁ ଜନ ଆନ୍ଦୋଳନରେ ସାମିଲ କରିବା ଉଚିତ ।