ଜଳେଶ୍ଵର,୨୩/୩(ହିପ୍ର)- ଜଳେଶ୍ଵର କଂଗ୍ରେସ ପକ୍ଷରୁ ଭଗତ ସିଂହ, ରାଜଗୁରୁ ଓ ଶୁକଦେବ ଫାଶୀ ଦିବସ ତଥା ଜାତୀୟ ସହିଦ ଦିବସ ପାଳିତ ହୋଇଯାଇଛି l ଏହି ଉପଲକ୍ଷେ ଆଜି ଅପରାହ୍ନରେ ଜଳେଶ୍ଵରର ଅଗ୍ରୱାଲl ଛକରେ ଥିବା ଭଗତ ସିଂହଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା l ପରେ ଏକ ପଥପ୍ରାନ୍ତ ସଭା ପୂର୍ବତନ ପ୍ରଧାନ ଶିକ୍ଷକ ତ୍ରିଲୋଚନ ଦାସ ଅଧିକାରୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜଳେଶ୍ଵର କଂଗ୍ରେସ ଦଳର ନେତା ତଥା ଓଡ଼ିଶା ରାଜୀବ ଗାନ୍ଧୀ ପଞ୍ଚାୟତି ରାଜ ସଂଗଠନର ଅଧ୍ୟକ୍ଷ ସୁଦର୍ଶନ ଦାସ ଯୋଗ ଦେଇ ଯେଉଁ ଆଦର୍ଶ ଓ କାରଣ ପାଇଁ ଭଗତ ସିଂହ, ଶୁକଦେବ ଓ ରାଜଗୁରୁ ନିଜ ଜୀବନକୁ ବଳିଦାନ ଦେଇଥିଲେ, ୧୯୩୧ ମସିହାରେ ତାହା ଆଜି ମଧ୍ୟ ପ୍ରାସଙ୍ଗିକ l ସେମାନଙ୍କ ଆଦର୍ଶ ଓ ରାଜନୈତିକ ବିଚାରକୁ ନେଇ ସ୍ଵାଧୀନ ଭାରତରେ ବ୍ୟାପକ ଲଢେଇ ସଂଗ୍ରାମର ଆବଶ୍ୟକତା ରହିଛି l ସମ୍ପ୍ରତି ଦେଶରେ ବର୍ତ୍ତମାନ ଯେଉଁ ଘୃଣା, ଅସହିସ୍ନୂତା ଓ ବିଦ୍ୱେଷ ର ରାଜନୀତି ଚାଲିଛି ତାହା ପରାଧୀନ ଭାରତର ପରିସ୍ଥିତି ସହିତ ସମ୍ମାନ l ତେଣୁ ଏହି ଶକ୍ତି କୁ ପରାହତ କରିବା ପାଇଁ ଭଗତ ସିଂଙ୍କ ଆଦର୍ଶ ଓ ପଥ କୁ ଅନୁସରଣ କରି ଆଗକୁ ବଢ଼ିବାକୁ ଶ୍ରୀ ଦାସ ଆହ୍ବାନ ଦେଇଥିଲେ lଏହି ସଭାରେ ବିଶିଷ୍ଟ କବି ବସନ୍ତ ଦାସ, ବିଶିଷ୍ଟ ସମାଜସେବୀ କମଳ ଚକ୍ରବର୍ତ୍ତୀ, ରବୀନ୍ଦ୍ର ବାରିକ, ଜଗଦୀଶ ନନ୍ଦୀ, ଦୁର୍ଗା ଆଶ, ହେମନ୍ତ ଗିରି, ବିଜୟ ରଣା, ନିରୋଜ ବେହେରା, ରେଣ୍ଟା ମlତlଲ, ବିଜୟ ବେହେରା, ନରେନ୍ଦ୍ର ସିଂ, ଅଜୟ ପଳେଇ, ଗୌରାଙ୍ଗ ସିଂ, ରାଧାକାନ୍ତ ନନ୍ଦୀ, ସର୍ବେଶ୍ଵର ଦାସ ପ୍ରମୁଖ ନେତୃବୃନ୍ଦ ଯୋଗଦେଇ ବକ୍ତବ୍ୟ ରଖିଥିଲେ lଶେଷରେ ଯୁବନେତା ଗତିକୃଷ୍ନ ଦଳେଇ ଧନ୍ୟବାଦ ଅର୍ପଣ କରିଥିଲେ l










































