ବୌଦ୍ଧ:- ଜିଲ୍ଲାପାଳଙ୍କ ସଦଭାବନା ସଭାଗୃହରେ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅଫିସ ଷ୍ଟାଫ ମିଟିଙ୍ଗ ଅନୁଷ୍ଠିତ ହୋଇଯାଇଛି l ବୈଠକରେ ଜିଲ୍ଲାପାଳ ସମସ୍ତ କାମରେ ଟ୍ରାନ୍ସପରେନ୍ସ ରକ୍ଷା କରିବା ସହିତ ମନ ଦେଇ କାମ କରିବାକୁ ପରାମର୍ଶ ଦେଇଥିଲେ ଏବଂ ନିଷ୍ଠାପର ଭାବରେ ସମୟାନୁବର୍ତ୍ତିତା, ସଚୋଟତାର ସହ କାମ କରିବାକୁ ଆହ୍ୱାନ ଦେଇଥିଲେ l ଆସନ୍ତାକାଲି ଆମର ୫ ଜଣ ଡେପୁଟି କଲେକ୍ଟର ରିଲିଭ ହେବାକୁ ଥିବାବେଳେ ସ୍ୱଳ୍ପ ଅଧିକାରୀଙ୍କୁ ନେଇ ଟିମ ସ୍ପିରିଟରେ କାମ କରିବାକୁ କହିଥିଲେ l କାମ କରିବା କଷ୍ଟ ସାଧ୍ୟ୍ୟ ହେଲେ ମଧ୍ୟ ଟିମ ସ୍ପିରିଟରେ ସମସ୍ତେ ମିଳିମିଶି କାମ କଲେ ଅସାଧ୍ୟକୁ ମଧ୍ୟ ସାଧନ କରିପାରିବା ବୋଲି ମତବ୍ୟକ୍ତ କରିଥିଲେ l ଜନଶୁଣାଣୀ ପୋର୍ଟାଲରେ ପ୍ରାୟ ଗ୍ରୀଭାନ୍ସ ବାକି ରହି ଯାଉଥିବାରୁ ସେଗୁଡିକୁ ଅତିଶୀଘ୍ର ଡ଼ିସପୋଜ କରିବା ପାଇଁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ l ଉକ୍ତ ଷ୍ଟାଫ ମିଟିଙ୍ଗରେ ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଉପ ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ, ସମସ୍ତ ଡେପୁଟି କଲେକ୍ଟର, ସହକାରୀ ଜିଲ୍ଲାପାଳ, ସେକ୍ସନ ଅଫିସର, ବରିଷ୍ଠ ରାଜସ୍ବ ସହାୟକ, କନିଷ୍ଠ ରାଜସ୍ବ ସହାୟକ, କନିଷ୍ଠ ସହାୟକ , ଜିଲ୍ଲା ପଞ୍ଚାୟତ ଅଧିକାରୀ, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ, ଅନ୍ୟାନ୍ୟ ଅଧିକାରୀ ଏବଂ କର୍ମଚାରୀମାନେ ଉପସ୍ଥିତ ଥିଲେ l
https://himmatnews.com/nishakhora-lokanku-kimiya-karichi-alchole/