ବୌଦ୍ଧ:- ବୌଦ୍ଧ ଜିଲ୍ଲା ନ୍ୟାୟାଳୟ ପରିସରରେ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହୋଇଯାଇଛି l ଜିଲ୍ଲା ଦୌରା ଜଜ ପ୍ରତାପ କୁମାର ପାତ୍ର ଓ ଅନ୍ୟ ବିଚାରପତିମାନେ ଯୋଗ ଦେଇ ରାଷ୍ଟୀୟ ଲୋକ ଅଦାଲତର ଶୁଭ ଉଦଘାଟନ କରିଥିଲେ l ଉକ୍ତ ଲୋକ ଅଦାଲତରେ ବିଭିନ୍ନ ବ୍ୟାଙ୍କର ଖିଲାପକାରୀ ଋଣ ଗ୍ରହୀତାମାନଙ୍କର ବକେୟା ଋଣ ରାଶି ଉପରେ ଅନେକ ମାମଲାର ସମାଧାନ କରାଯାଇଥିଲା l ଭାରତୀୟ ଷ୍ଟେଟ ବ୍ୟାଙ୍କ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ଉତ୍କଳ ଗ୍ରାମୀଣ ବ୍ୟାଙ୍କ, ୟୂନିଅନ ବ୍ୟାଙ୍କ ଅଫ ଇଣ୍ଡିଆ ଆଦି ବ୍ୟାଙ୍କର ଶାଖା ପରିଚାଳକ ଏବଂ କର୍ମଚାରୀମାନେ ଉପସ୍ଥିତ ରହି ମାମଲାଗୁଡିକର ସମାଧାନରେ ସହଯୋଗ କରିଥିଲେ l