ବୌଦ୍ଧ:- ମୁର୍ଶୁଣ୍ଢିସ୍ଥିତ ଜିଲ୍ଲା ପରିଷଦ ପଞ୍ଚାୟତ ଭବନଠାରେ ମଧୁବାବୁ ଯୋଜନାର ଭତ୍ତା ଓ ବସୁନ୍ଧରା ଯୋଜନାରେ ଘର ଡିହ ପଟ୍ଟା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବରେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଯୋଗ ଦେଇଥିଲେ l ସମ୍ମାନିତ ଅତିଥି ଭାବରେ କଣ୍ଟାମାଳ ବିଧାୟକ କହ୍ନେଇଁ ଚରଣ ଡାଙ୍ଗ, ଉପ ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ, ବୌଦ୍ଧ ବ୍ଲକ ଅଧ୍ୟକ୍ଷ ପ୍ରିୟଦର୍ଶି ପ୍ରତ୍ୟୁଷ ରଥ, ବୌଦ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବ୍ଲକ ଯୁଧିଷ୍ଠିର ମେହେର, ତହସିଲଦାର ଅନିତା ସାହୁ ଯୋଗ ଦେଇଥିଲେ l
ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ ତହସିଲଦାର ମହମ୍ମଦ ରାଜେ ରସୁଲ, କୁମୁଦ ଚନ୍ଦ୍ର ଦଳବେହେରା, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରିତାକାନ୍ତି ବଳିୟାର ସିଂହ, ଭାରପ୍ରାପ୍ତ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ସାନନ୍ଦ ସାହୁ, ପି.ଏ ରଞ୍ଜିତ ମହାନ୍ତି ପ୍ରମୁଖ ଯୋଗ ଦେଇ ଉକ୍ତ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l
ମଧୁବାବୁ ପେନସନ ଯୋଜନାରେ ନୂତନ ଭତ୍ତା ମଞ୍ଜୁର ହୋଇଥିବା ହିତାଧିକାରୀମାନଙ୍କୁ ଭତ୍ତା ଓ ବସୁନ୍ଧରା ଯୋଜନାରେ ବାସହୀନ ଲୋକଙ୍କୁ ଘର ଡିହ ପଟ୍ଟା ଅତିଥିମାନଙ୍କ ଦ୍ବାରା ବଣ୍ଟନ କରାଯାଇଥିଲା l ୨୦ ଜଣଙ୍କୁ ବସୁନ୍ଧରା ପଟ୍ଟା ଏବଂ ୨୦୫ ଜଣଙ୍କୁ ଉତ୍ତରାଧିକାରୀ ପଟ୍ଟା ବଣ୍ଟନ ସହିତ ୫୧ ଜଣଙ୍କୁ ବିଧବା ଭତ୍ତା ପ୍ରଦାନ କରାଯାଇଥିଲା l










































