କଟକ : ରାଜ୍ୟରେ ଏବେ ରକ୍ତର ବହୁତ ଅଭାବ ଦେଖା ଦେଇଛି । ଯାହାଦ୍ବାରା ବହୁତ ରୋଗୀ ଓ ଥାଲାସିମିଆ ରୋଗରେ ପୀଡିତ ଛୋଟ ଛୋଟ ପିଲାମାନେ ରକ୍ତି ନପାଇ ମୂର୍ତ୍ୟୁ ସହ ସଂଘର୍ଷ କରୁଛନ୍ତି। ଏମିତିକି ରୋଗୀଙ୍କ ପରିଜନ ରକ୍ତ ଭଣ୍ଡାର ଆଗରେ ଦୈନଦିନ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରିବା ସହ ରକ୍ତ ନିମନ୍ତେ ସମସ୍ତଙ୍କୁ ଗୁହାରି କରୁଥିବା ଦେଖାଯାଉଛି। ରକ୍ତ ଭଣ୍ଡାରରେ ରକ୍ତର ଅଭାବକୁ ଲକ୍ଷ୍ୟ ରଖି କଟକର ଅଗ୍ରଣୀ ସାମାଜିକ ସଙ୍ଗଠନ ସ୍ବପ୍ନ ଫାଉଣ୍ଡେସନ ଓ ଭୁବନେଶ୍ବର କଟକ କମିଶନରେଟ ପୋଲିସର ମିଳିତ ଉଦ୍ୟମ ରେ ମାର୍ଚ୍ଚ ୨୩ ତାରିଖ ଦିନ ସ୍ଥାନୀୟ ଚାଉଳିଆଗଞ୍ଜ ସ୍ଥିତ ଶ୍ରୀକ୍ଷେତ୍ର ମଣ୍ଡପ ପରିସରରେ ଏକ ସ୍ବେଚ୍ଛାକୃତ ବିଶାଳ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ଏହି ରକ୍ତଦାନ ଶିବିରରେ ରକ୍ତ ଦେବା ନିମନ୍ତେ ବହୁତ ଲୋକଙ୍କୁ ଉତ୍ସାହିତ ହେବାର ଦେଖିବାକୁ ମିଳିଥିଲା । ବହୁ ରକ୍ତଦାତା ଶିବିରରେ ପହଞ୍ଚି ରକ୍ତଦାନ କରିଥିଲେ। ଏହି ଶିବିରଟିରେ ମୋଟ ୪୦୩ ୟୁନିଟ ରକ୍ତ ସଂଗୃହିତ ହୋଇଥିଲା । ବିଭିନ୍ନ ସମୟରେ ବିଭିନ୍ନ ସେବାମୂଳକ କାର୍ଯ୍ୟକ୍ରମ ସହ ଗ୍ରୀଷ୍ମ ଦିନେ ଶହଶହ ୟୁନିଟ ରକ୍ତ ସଂଗ୍ରହ କରି ରକ୍ତ ଭଣ୍ଡାରକୁ ସମୃଦ୍ଧ କରିବା ନିମନ୍ତେ ସ୍ବପ୍ନ ଫାଉଣ୍ଡେସନ ପ୍ରତିଥର ପ୍ରୟାସ ଜାରି ରଖୁଛି । ଯଦ୍ବାରା ବହୁତ ରୋଗୀ ଓ ଥାଲାସିମିଆ ରୋଗରେ ପୀଡିତ କୁନି କୁନି କୁନି ପିଲାମାନଙ୍କ ଜୀବନ ରକ୍ଷା ହୋଇପାରିବ । ଆଗାମୀ ଦିନରେ ଏହାକୁ ବ୍ୟାପକ କରାଯିବା ସହ ରକ୍ତିଦାତାଙ୍କୁ ଉତ୍ସାହିତ ନିମନ୍ତେ ବହୁ ପଦକ୍ଷେପ ନିଆଯିବ ବୋଲି ମତ ଦେଇଥିଲେ ସ୍ବପ୍ନ ଫାଉଣ୍ଡେସନ ସଭାପତି ସୁଧାଂଶୁ ପାତ୍ର।
। ଏହି କାର୍ଯ୍ୟକ୍ରମରେ କଟକ ଡିସିପି ଋଷିକେଶ ଖିଲାର , ଅତିରିକ୍ତ ଡିସିପି ଅମରେଶ ପଣ୍ଡା, ଦେବଦତ୍ତ କର, ଏସିପି କୃଷ୍ଣ ଚନ୍ଦ୍ର ସେଠୀ, ଅମିତାଭ ମହାପାତ୍ର,ଚାଉଳିଆଗଞ୍ଜ ଥାନା ଅଧିକାରୀ ଶ୍ରୀଯୁକ୍ତ ଚିନ୍ତେସ୍ୱର ମୁଣ୍ଡା,ଜଗତପୁର ଥାନା ଅଧିକାରୀ ଅନିରୁଦ୍ଧ ନାୟକ,ମାଲଗୋଦାମ ଥାନା ଅଧିକାରୀ ରଜନୀକାନ୍ତ ଦାସ, ସିଆରଆରଆଇ ଥାନା ଅଧିକାରୀ ବିଜୟ କୁମାର ବାରିକ, କର୍ପୋରେଟର ଗଗନ ଓଝା, ଇଂ ସୁବ୍ରତ ଘଡେଇ,ଚାଉଳିଆଗଞ୍ଜ ପୂଜା କମିଟି ସମ୍ପାଦକ ତଥା ପୂର୍ବାଞ୍ଚଳ କାର୍ଯ୍ୟକାରୀ ସଭାପତି ନିରଞ୍ଜନ ସାହୁ (ଶିବ),ପୂର୍ବାଞ୍ଚଳ ଶାନ୍ତିକମିଟି ସଭାପତି ବିଜୟ ସାହୁ, ସମ୍ପାଦକ ଓ ଖାନନଗର ପୂଜା କମିଟି ସମ୍ପାଦକ ପ୍ରଫୁଲ୍ଲ କୁମାର ସାହୁ, କୋଷାଦକ୍ଷ ଉମେଶ ଚନ୍ଦ୍ର ସାହୁ,ସୂଚନା ଅଧିକାର କର୍ମୀ ଜିତେନ୍ଦ୍ର ସାହୁ,ଆଡଭୋକେଟ ସ୍ମୃତି ଦାସ ଆଦି ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେବା ସହ ବହୁ ଅଭିନେତା ଓ ଗାୟକ ମାନେ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଚାଉଳିଆଗଞ୍ଜ ମେନ ରୋଡ଼ ସ୍ଥିତ ସିଲଭର ସିଟି ହସ୍ପିଟାଲ ର ବହୁ ଷ୍ଟାଫ ସ୍ବେଚ୍ଛାକୃତ ରକ୍ତଦାନ କରିବା ସହ ସହଯୋଗ କରିଥିଲେ।










































