ମୁଖୀଗୁଡା : କଳାହାଣ୍ଡି ଜିଲ୍ଲା କଳମପୁର ଥାନା ଅନ୍ତର୍ଗତ ବାଣ୍ଡି ଗାଁ ଗ୍ରାମ ପଂଚାୟତ ଆମଜୋର ଗାଁ ରେ ଏକ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି। ଦଶମ ଶ୍ରେଣୀ ପଢ଼ୁଥିବା ନାବାଳକଙ୍କ ମୃତ ଦେହ ଗୋଟିଏ ଗଛରେ ଝୁଲନ୍ତା ଅବସ୍ଥାରେ ଠାବ ହୋଇଛି। ସୂଚନା ଅନୁଯାୟୀ ଗାଁର ଅର୍ଜୁନ ରାଉତଙ୍କ ଦଶମ ଶ୍ରେଣୀ ପରୀକ୍ଷା ଦେଉଥିବା ପୁଅ ପଦ୍ମଲୋଚନ ରାଉତ(୧୬) ଗତ କାଲି ଦିନ ଅପରାହ୍ନ ସମୟରୁ ନିଖୋଜ ଥିଲେ। ଘର ଲୋକେ ବହୁତ ଖୋଜା ଖୋଜି ଆରମ୍ଭ କରି ଥିଲେ ମଧ୍ୟ ତାଙ୍କର କୋଣସି ପତା ମିଳିନଥିଲା। ଏ ନେଇ ଆଜି ସକାଲେ ପଦ୍ମଲୋଚନ ତାଙ୍କ ପୁଅ ନିଖୋଜ ଥିବା ବେଳେ କଲମପୁର ଥାନାରେ ଲିଖିତ ଭାବେ ଜଣାଇଥିଲେ। କିନ୍ତୁ ଅପରାହ୍ନ ୩ ଟା ସମୟରେ ଆମଯୋର ଦଙ୍ଗରିଗୁଡ଼ା ବୁଢ଼ାରଜା ଜଙ୍ଗଲର ଏକ ଗଛରେ ମୃତ ଦେହ ଝୁଲୁଥିବା ନେଇ ଜଣାପଡିଥିଲା। ଖବର ପାଇ ଘର ଲୋକେ ମୃତ ଦେହ ପାଖରେ ପହଂଚି ଶବକୁ ନିଜ ପୁଅ ବୋଲି ଚିହ୍ନଟ କରିଥିଲେ। ପୋଲିସ ମଧ୍ୟ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି। ଆସନ୍ତା କାଲି ସାଇନଟିଫିକ ଟିମ ଆସିବାର ଥିବା ବେଳେ ରାତି ସାରା ପୋଲିସ ମୃତ ଦେହକୁ ଜଗି ରହିବ ବୋଲି ସୂଚନା ମିଳିଛି। ପରିବାର ପକ୍ଷରୁ ହତ୍ୟା ଅଭିଯୋଗ ହେଉଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି।