କଟକ, ତା୦୭ା୦୩ : ମହାନଦୀବିହାର ଅଚଂଳବାସୀଙ୍କ ଉନ୍ନତି ନିମନ୍ତେ ଏମଡିଏ (ମହାନଦୀ ବିହାର ଡେଭଲପମେଂଟ ଆସୋସିଏସନ୍) ଗଢ଼ାଯାଇଅଛି । ପ୍ରତ୍ୟେକ ଦୁଇ ବର୍ଷରେ ଥରେ ଲେଖାଏଁ ଅନୁଷ୍ଠାନର କର୍ମକର୍ତା ଚୟନକୁ ନେଇ ନିର୍ବାଚନ କରାଯାଇଥାଏ । ଗତ ଫେବୃୟାରୀ ୨୭ରେ ଚଳିତ ବର୍ଷର ନିର୍ବାଚନ ଶେଷ ହୋଇଥିଲା । ଏହି ନିର୍ବାଚନରେ ନବନିର୍ବାଚିତ କର୍ମକର୍ତାଙ୍କୁ ନେଇ ଆଜି (ଶୁକ୍ରବାର) ଅପରାହ୍ନରେ ମହାନଦୀବିହାର ସ୍ଥିତ ମହାନଦୀ ଭବନ ଠାରେ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଶପଥ ପାଠ ଉତ୍ସବ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଶ୍ରୀ ସତ୍ୟାନନ୍ଦ ଦାସ ମହାରାଜ ଜୀ, ସମ୍ମାନିତ ଅତିଥି ସିଏମସି ମେୟର ସୁବାସ ସିଂହ, ଚୌଦ୍ୱାର କଟକ ବିଧାୟକ ସୌଭିକ ବିଶ୍ୱାଳ, ଡିସିପି ଖିଲାରୀ ଋଷିକେଶ, ୪୭ନଂ କର୍ପୋରେଟର ଇଂ ସୁବ୍ରତ ଘଡାଇ ପ୍ରମୁଖ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉତ୍ସବଟିକୁ ଉଦଘାଟନ କରିଥିଲେ ।
ମୁଖ୍ୟଅତିଥି ଶ୍ରୀ ଶ୍ରୀ ମହାରାଜ ଏମଡିଏର ନବନିର୍ବାଚିତ ସଭାପତି ସଞ୍ଜୟ କୁମାର ଜେନା, ଉପସଭାପତି ସରୋଜ ପ୍ରସାଦ ସ୍ୱାଇଁ, ସମ୍ପାଦକ ହିମାଂଶୁ ଷଡଙ୍ଗୀ, ସହ ସମ୍ପାଦକ ଜ୍ଞାନରଞ୍ଜନ ଦାସ, କୋଷାଧ୍ୟକ୍ଷ ପ୍ରଭାକର ରଣାଙ୍କ ସମେତ ୧୬ଜଣ କାର୍ଯ୍ୟକାରିଣୀ ସଦସ୍ୟ ରବିନ୍ଦ୍ର ପ୍ରସାଦ ତ୍ରିପାଠୀ, ଗୋଲୋକ ଚନ୍ଦ୍ର କାନୁନଗୋ, ନିକୁଞ୍ଜ ବିହାରୀ ରଥ, ଡ. କମଳ ପ୍ରସାଦ ମହାନ୍ତି, ମନୋଜ ଦାସ, ପ୍ରହ୍ଲାଦ ଚନ୍ଦ୍ର ମହାନ୍ତି, ହରପ୍ରିୟା ଧଳ, ରିତ୍ୱିକ ମହାନ୍ତି, ସୁଶାନ୍ତ କୁମାର ଘୋଷ, ସୁଜିତ କୁମାର ମିଶ୍ର, ବରଦା ପ୍ରସନ୍ନ ନାୟକ, ପ୍ରଦୀପ୍ତ ମହାନ୍ତି, ବିଚିତ୍ରାନନ୍ଦ ପଣ୍ଡା, ମାନବେଶ ରାୟ, ଯଦୁନାଥ ମହାପାତ୍ର, ତାପସ କୁମାର ସାମନ୍ତ ପ୍ରମୁଖଙ୍କୁ ଶପଥ ପାଠ କରାଇ ସାର୍ଟିଫିକେଟ ଓ ଆଇକାର୍ଡ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିଖରପୁର-ଗଣ୍ଡରପୁର-ମହାନଦୀବିହାର ପୂଜାକମିଟିର ସଭାପତି ଜୟନ୍ତ ପ୍ରଧାନ, ସମ୍ପାଦକ ବିଷ୍ଣୁଚରଣ ନାୟକ, ମହାନଦୀବିହାର ପେନସନ ଆସୋସିଏସନ, ବରିଷ୍ଠ ନାଗରିକ ସଂଘ, ମହିଳା ସମିତିର କର୍ମକର୍ତାମାନେ ଉପସ୍ଥିତ ଥିଲେ ।