ଜଳେଶ୍ଵର : ଦୀର୍ଘ ଦିନ ପରେ ଲୋକାର୍ପଣ ହେଲା ପୌରପାଳିକାର ନୂତନ ପ୍ରଶାସନିକ ଭବନର ।୬ ମାସ ପୂର୍ବରୁ ଉକ୍ତ ଭବନର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ଅଦ୍ୟାବଧି ଲୋକାର୍ପଣ ହୋଇ ପାରି ନ ଥିଲା।ଯାହାକି ପୌର ପରିଷଦର କାର୍ଯ୍ୟ ସଠିକ୍ ଭାବେ ହୋଇ ପାରୁ ନ ଥିଲା।ମଙ୍ଗଳବାର ଅପରାହ୍ନରେ ଜଳେଶ୍ଵର ପୌରପାଳିକାର ନୂତନ ପ୍ରଶାସନିକ ଭବନର ଉଦଘାଟନ ଉତ୍ସବ ଅନୁଷ୍ଠିତ ହୋଇଅଛି।ଉକ୍ତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ କରକମଳରେ ଉଦଘାଟିତ ହୋଇଯାଇଛି।ଏହି ଅବସରରେ ଆୟୋଜିତ ଏକ ସଭା ଅନୁଷ୍ଠିତ ହୋଇଥିବା ବେଳେ ମ୍ୟୁନିସିପାଲିଟିର କାର୍ଯ୍ୟ ନିର୍ବାହୀ ଅଧିକାରୀ ହେମନ୍ତ ସିଂ ପ୍ରାରମ୍ଭରେ ସୂଚନା ଓ ଆଭିମ୍ମୁଖ୍ୟ ପ୍ରଦାନ କରିଥିଲେ।ନଗରପାଳ ପ୍ରତୀପ କୁମାର ପ୍ରଧାନଙ୍କ ପୌରହିତ୍ୱରେ ଅନୁଷ୍ଠିତ ଉତ୍ସବରେ ଉଦ୍ଘାଟକ ରୂପେ ମାନ୍ୟବର ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଡ଼ଃ କୃଷ୍ଣଚନ୍ଦ୍ର ମହାପାତ୍ର ଯୋଗଦେଇ ଜଳେଶ୍ୱର ସହରରେ ଏକ ଟାଉନ ହଲ ନିର୍ମାଣ ପାଇଁ ପ୍ରାଥମିକ ଭାବେ ୧ କୋଟି ଟଙ୍କାର ଅନୁଦାନ ଦିଆଗଲା ବୋଲି ଘୋଷଣା କରିଥିଲେ।ଆଗାମୀ ଦିନରେ ସହରର ସାମଗ୍ରିକ ବିକାଶ ପାଇଁ ଦଳମତ ନିର୍ବିଶେଷରେ ସମସ୍ତେ କାର୍ଯ୍ୟ କରିବା ପାଇଁ ମନ୍ତ୍ରୀ ଡ଼ଃ ମହାପାତ୍ର ପରାମର୍ଶ ଦେଇଥିଲେ।ମୁଖ୍ୟ ଅତିଥି ଭାବେ ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ଯୋଗଦେଇ ଯଥାଶୀଘ୍ର ଜଳେଶ୍ୱରରେ ଏକ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ହେବ ବୋଲି ଘୋଷଣା କରିଥିଲେ। ମୁଖ୍ୟବକ୍ତା ଭାବରେ ଜଳେଶ୍ଵର ବିଧାୟକ ଅଶ୍ଵିନୀ କୁମାର ପାତ୍ର ଯୋଗଦେଇ ନବୀନ ସରକାରଙ୍କ ସମୟରେ ଆରମ୍ଭ ହୋଇଥବା କିଛି ଉନ୍ନୟନ ମୂଳକ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ସେ ମନ୍ତ୍ରୀ ଓ ସାଂସଦଙ୍କ ସହଯୋଗ କାମନା କରିଥିଲେ।ଅନ୍ୟ ମାନଙ୍କ ମଧ୍ୟରେ ସେଖ ସାଇଫୁଦ୍ଦିନ, ସୁରଜ୍ କୁମାର ଚୌରାସିଆ, ଚନ୍ଦନ କୁମାର ଦାସ, ମୀର ଆବାସ ଅଲ୍ଲୀ, ଚିତ୍ତ ରଞ୍ଜନ ମହାନ୍ତି, ଗୋବିନ୍ଦ ଚନ୍ଦ୍ର ସାହୁ, ଲକ୍ଷ୍ମଣ ସରେନ, ରଶ୍ମିତା ନନ୍ଦି, ଉମା ହେମ୍ରମ, ସତ୍ୟବତୀ ଗିରି, ସସ୍ମିତା ପାତ୍ର, ସୁଷମା କର, କବିତା ଧଳ, କବିତା ସାହୁ, ସ୍ୱାଗତିକା ପାଳ ପ୍ରମୁଖ କାଉନସିଲର ମାନେ ଅତିଥି ମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ। ସଭା କାର୍ଯ୍ୟ ପୂର୍ବରୁ ୧୬ ନମ୍ବର ୱାର୍ଡ଼ ଅଲାଲପୁର ଠାରେ ୫ କୋଟି ୭୫ ଲକ୍ଷ ଟଙ୍କାର ଗୋଶାଳାକୁ ମାନ୍ୟବର ମନ୍ତ୍ରୀ ଡ଼ଃ ମହାପାତ୍ରଙ୍କ ଦ୍ୱାରା ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ, ୧୨ ନମ୍ବର ୱାର୍ଡ଼ରେ ପାଠାଗାର ଓ ଇ-ଲାଇବ୍ରେରୀ, ଅଲାଲପୁର ଠାରୁ ମଣିପାଟଣା ରାସ୍ତାର ଭିତ୍ତି ପ୍ରସ୍ତର ସ୍ଥାପନ ଓ ସାଂସଦ ହାତ ପାଣ୍ଠିରୁ ୨ଟି ଥଣ୍ଡା ପାନୀୟ ଜଳ ମେସିନର ଉଦଘାଟନ ହୋଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ବାଲେଶ୍ଵର ବିଜେପି ସାଙ୍ଗଠନିକ ସଭାପତି ଡ଼ଃ ପ୍ରଦୀପ କୁମାର ପଣ୍ଡା,ପୂର୍ବତନ ବ୍ଲକ ଉପାଧ୍ୟକ୍ଷ ତଥା ଜଳେଶ୍ବର ବିଜେପି ନେତା ବ୍ରଜ ମୋହନ ପ୍ରଧାନ,ନଗର ସଭାପତି ତଥା କାଉନସିଲର ଶିବ ନାରାୟଣ ମହାପାତ୍ର, ସାଂସଦ ପ୍ରତିନିଧି ଫାଲଗୁନି ପାଣିଗ୍ରାହୀ,ବିଜେପି ନେତା ଶାନ୍ତନୁ ପଟ୍ଟନାୟକ,ଜଳେଶ୍ବର ବ୍ଲକ ଅଧ୍ୟକ୍ଷ ମାନସ କୁମାର ଜେନା, ପୂର୍ବତନ ଏନଏସି ଅଧ୍ୟକ୍ଷ ସୁନିଲ କୁମାର ପରିଡ଼ା,ବିଜେପି ନେତ୍ରୀ ଆରତୀ ଦାସ,ଅଧ୍ୟାପିକା ଇନ୍ଦୁମତି ଗିରି,ବିଜେପି ମିଡ଼ିଆ ସଂଯୋଜକ ସୁକୁମାର ରଣା,ପୂର୍ବତନ କାଉନସିଲର ବିଶ୍ୱଭୂଷଣ ଦାସ ଓ ଅନନ୍ତ ଦାସ,ବିଜେପି ନେତା ଆଦିତ୍ୟ ନାରାୟଣ ପାତ୍ର,ନବୀନ ସାମଲ,ଅନୁପ ପ୍ରଧାନ, ସୁଶାନ୍ତ କୋଏଲ, ସୁବ୍ରତ ବେରା,ବନମାଳୀ ଧଳ,ମହିଳା ମୋର୍ଚ୍ଚା ନେତ୍ରୀ ଦେବଜାନୀ ଅଣ୍ଡିଆ,ଯୁବନେତା କାଳୀ ଚରଣ ଦାସ,ଚନ୍ଦନ କୁମାର କର,ସତ୍ୟଶୋଭନ ମିଶ୍ର, ରାଜେଶ ଖଟୁଆ, ତାପସ ପାଣିଗ୍ରାହୀ,ତନ୍ମୟ ଆଚାର୍ଯ୍ୟ,ସେକ ହସିରୁଦ୍ଦିନ ବକ୍ସ,ଶିକ୍ଷକ ନେତା ସରୋଜ କୁମାର ପାଣିଗ୍ରାହୀ, ବିଧାୟକ ନଗର ପ୍ରତିନିଧି ସତ୍ୟ ସୁନ୍ଦର ଦାସ ମହାପାତ୍ର, ବଣିକ ସଂଘ ସଭାପତି ସୁଧିର କୁମାର ମହାନ୍ତି, ଲାୟନ୍ସ କ୍ଲବ ସଭାପତି ବିଷ୍ଣୁପଦ ମହାନ୍ତି,ସମ୍ପାଦକ ସମରେଶ ଦିନ୍ଦା,କପିଳେଶ୍ୱର ମହାନ୍ତି, କ୍ଷେତ୍ରମୋହନ ଗିରି, ବିକାଶ ଧର, ଶ୍ରୀମନ୍ତ ଘୋଷ, ବିଜୟ କୁମାର କାମିଳା, ସୀତାଂଶୁ ସେନାପତି, ଶିଶିର କୁମାର ହୁଇ, ଜଗଦୀଶ ନନ୍ଦି, ସିଦ୍ଧାର୍ଥ ଶଙ୍କର ପାଳ, ରବିନ୍ଦ୍ର ପାତ୍ର, ଆଦିତ୍ୟ ନାରାୟଣ ପାତ୍ର, ଓ ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।ଶେଷରେ ଉପ ନଗରପାଳ ପୁଷ୍ପପ୍ରୀୟା କାମିଳା ଧନ୍ୟବାଦ ଅର୍ପଣ କରିଥିଲେ।