ବ୍ରହ୍ମପୁର , ( ସୁରେଶ ଚନ୍ଦ୍ର ତ୍ରିପାଠୀ ); ଓଡିଶା ସରକାର ଙ୍କ ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଓ ଓମ୍ଫେଡ଼ ଆୟୋଜିତ ଚାଷୀଙ୍କୁ ପ୍ରୋତ୍ସlହନ ପ୍ରଦାନ କାର୍ଯ୍ୟକ୍ରମ ବ୍ରହ୍ମପୁର ମୁନିସିପାଲିଟି କୋଉନସିଲ ହାଲ ଠାରେ ଅନୁଷ୍ଠିତ ହୋଇଥିଲା ଏହି କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲିକ ( ମନ୍ତ୍ରୀ ମତ୍ସ୍ୟ,ପ୍ରାଣିସମ୍ପଦ ) ଙ୍କ ସହିତ ବ୍ରହ୍ମପୁର ବିଧାୟକ ଶ୍ରୀ କେ ଅନିଲ କୁମାର ଙ୍କ ସହିତ ଚିକିଟି ବିଧାୟକ ଶ୍ରୀ ମନରଞ୍ଜନ ଦ୍ୟାନସାମନ୍ତରାୟ ,ଖଲ୍ଲିକୋଟ ବିଧାୟକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ସେଠି , କବିସୂର୍ଯ୍ୟନଗର ବିଧାୟକ ଶ୍ରୀ ପ୍ରତାପ ଚନ୍ଦ୍ର ନାୟକ, ବ୍ରହ୍ମପୁର ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ,ଗଞ୍ଜାମ ଜିଲ୍ଲାପାଳ ଶ୍ରୀ ଦିବ୍ୟଜ୍ୟୋତି ପରିଡା,ସଚିବ ଶ୍ରୀ ବିଜୟଅମୃତ କୁଳାଙ୍ଗେ,ଓ ମତ୍ସ୍ୟ ଓ ପ୍ରାଣି ସମ୍ପଦ ବିକାଶ ବିଭାଗ ଓଡିଶା ସରକାର ଙ୍କ ଅଧିକାରୀ ଗଣ ଉପସ୍ଥିତ ରହି ଗୋ ପାଳନ ଚାଷୀ ଙ୍କୁ ବିଭିନ୍ନ ଉର୍ନ୍ନତ ପ୍ରଣାଳୀ ବିଷୟ ପ୍ରତି ଦୃଷ୍ଟି ଆକର୍ଷଣ କରିଥିଲେ,ଚାଷୀଙ୍କୁ ସବୁ ପ୍ରକାର ସହଯୋଗ ସରକାର କରିବେ ବୋଲି ମନ୍ତ୍ରୀ ପ୍ରତିଶୃତି ଦେଇଥିଲେ ଓ ଗୋ ପାଳନ ପାଇଁ ଚାଷୀଙ୍କୁ ଉତ୍ସlହିତ କରିଥିଲେ.