ତେର ଗାଁ, 26/2 : ତେର ଗାଁ ଗ୍ରାମପଞ୍ଚାୟତ ଗୋପିନାଥପୁର ଶାସନ ଗ୍ରାମରେ ଶ୍ରୀ ଶ୍ରୀ ଗୋଷ୍ଠେଶ୍ୱର। ମହାଦେବ ଙ୍କ ବିଜେସ୍ଥଳୀ ରେ ଏକ ମାଗଣା ସ୍ଵାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି l ଏହି ସ୍ଵାସ୍ଥ୍ୟ ଶିବିର ରେ ସମ୍ ମେଡିକାଲ ର କର୍ଣ୍ଣ, ଗଳl ଓ ନାଶା ରୋଗ ବିଶେଷଜ୍ଞ ଡ଼ା ଲୋକନାଥ ସାହୁ ୫୨ ରୁ ଉର୍ଦ୍ଧ ରୋଗୀମାନଙ୍କ ର ଚିକିତ୍ସା କରିଥିଲେ l ମନ୍ଦିର ପରିଚାଳକ ବିଷ୍ଣୁ ଚରଣ ମହାପାତ୍ର ଓ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭପତି ଦମନ ମହାନ୍ତି ଙ୍କ ମିଳିତ ପ୍ରଚେଷ୍ଟା ରେ ସମସ୍ତ କାର୍ଯ୍ୟକ୍ରମ ର ସଫଳ ରୂପାୟନ ହୋଇଥିଲା l ଏହି କାର୍ଯକ୍ରମ ରେ ଟ୍ରଷ୍ଟ ର ଉପ ସଭାପତି ରଶ୍ମିରଞ୍ଜନ ବାରିକ. , କେଦାର ସ୍ୱାଇଁ, ବିରେନ୍ଦ୍ର କୁମାର ସେଠୀ,ଦେବେନ୍ଦ୍ର ନାୟକ,ହିମାଂଶୁ ସ୍ୱାଇଁ,ଶୁଭମ୍ ଦାସ,ନିଗମ ସାହୁ,ତପନ କୁମାର ନାଥ, ଦୁର୍ଗା ମାଧବ ସେଠୀ,ମନୋଜ କୁମାର ରାଉତ ଓ ଅମିତା ମହାପାତ୍ର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ l ଏଥି ସହିତ ଡାକ୍ତର ଲୋକନାଥ ସାହୁ ଓ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ କର୍ମ କର୍ତ୍ତା ଙ୍କ ସହଯୋଗ ରେ ପ୍ରଥମ ଥର ପାଇଁ ଏହି ଗ୍ରାମରେ ଏକ ତମାଖୁ ସେବନ ଉପରେ ଏକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଶିକ୍ଷାବିତ୍ ଇନ୍ଦ୍ରମଣି ନାୟକ ଓ ଅଧ୍ୟାପକ ସମ୍ରାଟ ବିପିନ ବିହାରୀ ଦାସ ସମସ୍ତ କାର୍ଯ୍ୟ ରେ ସହଯୋଗ କରିଥିଲା l ଶେଷ ରେ ମନ୍ଦିର ପରିଚାଳନା କମିଟି ପକ୍ଷରୁ ଡା ଲୋକନାଥ ସାହୁ ଙ୍କୁ ” ଗୋପିନାଥପୁର ଶାସନ ସେବା ସମ୍ମାନ ରେ ସମ୍ମାନିତ କରାଯାଇଥିଲା l