ବିଶାଖାପାଟଣା : ୧୧ତମ ଅନ୍ତର୍ଜାତୀୟ ଯୋଗ ଦିବସରେ ବିଶାଖପଟ୍ଟନମର ସମୁଦ୍ରତଟରେ ହେବାକୁ ଥିବା ଯୋଗା କାର୍ଯ୍ୟକ୍ରମ ପାଇଁ ଆନ୍ଧ୍ର ପ୍ରଦେଶ ସରକାର ସମସ୍ତ ପ୍ରସ୍ତୁତି କରିସାରିଲେଣି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଯୋଗଦାନକୁ ଧ୍ୟାନରେ ରଖି ବିମାନବନ୍ଦରରୁ କାର୍ଯ୍ୟକ୍ରମ ସ୍ଥଳ ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଆନ୍ଧ୍ର ପ୍ରଦେଶ ସରକାର ପାଞ୍ଚ ଲକ୍ଷ ଲୋକଙ୍କ ସହିତ ଯୋଗ କରିବା ଏବଂ ୨୬,୩୯୫ ଆଦିବାସୀ ଛାତ୍ରଛାତ୍ରୀଙ୍କ ସହ ସୂର୍ଯ୍ୟ ନମସ୍କାର କରିବାର ରେକର୍ଡ କରିବାକୁ ଯାଉଛନ୍ତି।
ସୂଚନା ଅନୁଯାୟୀ, ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ।ଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ନାରା ଚନ୍ଦ୍ରବାବୁ ନାଇଡୁ ଓ ଉପମୁଖ୍ୟମନ୍ତ୍ରୀ ପବନ୍ କଲ୍ୟାଣ ଆଜି ସନ୍ଧ୍ୟାରେ ବିଶାଖଟ୍ଟନମ୍ ପହଁଚିବେ।
ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ୍ରଧାନମନ୍ତ୍ରୀ ମୋଦି ଶୁକ୍ରବାର ସନ୍ଧ୍ୟା ୭:୪୫ ମିନିଟରେ ନୌ ସେନାର ଆଇଏନଏସ ଡେଗାରେ ପହଁଚିବେ। ଏହା ପୂର୍ବରୁ ଉପମୁଖ୍ୟମନ୍ତ୍ରୀ ପବନ୍ କଲ୍ୟାଣ ଦ୍ୱିପ୍ରହରରେ ବିଶାଖଟ୍ଟନମ୍ ବିମାନବନ୍ଦର ପହଁଚିବେ। ତାପରେ ମୁଖ୍ୟମନ୍ତ୍ରୀ ନାଇଡୁ ସନ୍ଧ୍ୟା ୬ଟାରେ ପହଁଚିବେ। ଆନ୍ଧ୍ର ପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଓ ଉପମୁଖ୍ୟମନ୍ତ୍ରୀ ପବନ୍ କଲ୍ୟାଣ ଆଇଏନଏସ ଡେଗାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱାଗତ କରିବେ।
ବିଶାଖପଟ୍ଟନମ୍ ବିମାନବନ୍ଦରରେ ଭିଭିଆଇପି, ଭିଆଇପି ଓ ପ୍ରତିଷ୍ଠିତ ବ୍ୟକ୍ତିମାନଙ୍କର ଆଗମନ ପାଇଁ ବିଶେଷ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଡଗ୍ ସ୍କ୍ୱାଡ୍ ସହିତ ସମଗ୍ର ବିମାନବନ୍ଦର ପରିସରର ଯାଂଚ କରାଯାଇଛି।
କେନ୍ଦ୍ରୀୟ ଭାରୀ ଶିଳ୍ପ ଓ ଇସ୍ପାତ ମନ୍ତ୍ରୀ ଭୂପତି ରାଜୁ ଶ୍ରୀନିବାସ ବର୍ମା ୂର୍ବରୁ ବିଶାଖଟ୍ଟନମ୍ ବିମାନବନ୍ଦର ପହଁଚି ସାରିଛନ୍ତି ।
ଅନ୍ୟପଟେ ବିଶାଖପଟ୍ଟନମ୍ରେ ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୫ ର କାର୍ଯ୍ୟକ୍ରମ ପାଇଁ ରାଜ୍ୟ ସରକାର ଗିନିଜ ବୁକ୍ ରେକର୍ଡ ସୃଷ୍ଟି କରିବାର ଦିଗରେ କାମ କରୁଛନ୍ତି ।
ନଗରରେ ୨୬,୩୯୫ ଆଦିବାସୀ ଛାତ୍ରଛାତ୍ରୀଙ୍କ ସହ ସୂର୍ଯ୍ୟ ନମସ୍କାର କରିବାକୁ ଏକ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବାକୁ ଯାଉଛି। ସୂର୍ଯ୍ୟ ନମସ୍କାର କାର୍ଯ୍ୟକ୍ରମ ଏୟୁ ଇଞ୍ଜିନିୟରିଂ କଲେଜର ମୈଦାନରେ ଆୟୋଜିତ ହେବ।
ଯଦି ପାଣିପାଗ ପରିସ୍ଥିତି ଅନୁକୂଳ ନହୁଏ ଓ ଶନିବାର ବର୍ଷା ହୁଏ, ତେବେ ଆରକେ ବିଚ୍ ରୋଡ୍ରେ ହେବାକୁ ଥିବା କାର୍ଯ୍ୟକ୍ରମ ବାତିଲ୍ ହେବା ସହ ଏହି ସ୍ଥଳରେ ପୂର୍ଣ୍ଣ କାର୍ଯ୍ୟକ୍ରମ ଆୟୋଜିତ ହେବ।