କଣିହାଁ24/09/25( କୃପାସିନ୍ଧୁ ସାହୁ) ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ରେଙ୍ଗାଳି ପ୍ରକଳ୍ପ ଡାକ୍ତରଖାନା ସରକାର ଙ୍କ ସ୍ୱାସ୍ଥ୍ୟ ବିଭାଗ ଅଧୀନକୁ ଯିବ. ଏ ନେଇ ବିଭାଗୀୟ ମନ୍ତ୍ରୀ ମୁକେଶ ମହାଲିଂଗ କୁ ଭେଟିବାକୁ ଯାଇଥିବା ପ୍ରତିନିଧି ଦଳ କୁ ପ୍ରତିଶୃତି ଦେଇଛନ୍ତି. ରେଙ୍ଗାଳି ପ୍ରକଳ୍ପ ରେ ଦୀର୍ଘ ବର୍ଷ ହେଲା ଡାକ୍ତର ପଦ ଖାଲି ପଡିଛି ଯାହା ଫଳ ରେ ପ୍ରକଳ୍ପ ଅଂଚଳ ରେ କାମ କରୁଥିବା ଓ ଆଖ ପାଖ ୧୪ଟି ପଞ୍ଚାୟତ ର ଜନ ସାଧାରଣ ସ୍ୱାସ୍ଥ୍ୟ ସେବାରୁ ବଂଚିତ ହେଉଛନ୍ତି. ଜଳ ସମ୍ପଦ ଅଧିକାରୀ କୁ ସ୍ୱାସ୍ଥ୍ୟ ସମ୍ପର୍କ ରେ ବହୁ ବାର ଅବଗତ କରାଯାଇଅଛି.ପାଲଲହଡା ବିଧାୟକ ଅଶୋକ ମହାନ୍ତି ମଧ୍ୟ୍ୟ ଏ ସମ୍ପର୍କ ରେ ଦୁଇ ବିଭାଗ ଉଚ୍ଚ ପଦସ୍ଥ ଅଧିକାରୀ କୁ ଭେଟି ସ୍ୱାସ୍ଥ୍ୟସେବା ସମସ୍ୟା ଦୂର ପାଇଁ ରେଙ୍ଗାଳି ପ୍ରକଳ୍ପ ଡାକ୍ତରଖାନା କୁ ସ୍ଵାସ୍ତ୍ୟ ଓ ପରିବାର କଲ୍ୟାଣ ଅଧୀନ କୁ ଦିଆଯାଉ ବୋଲି ଦାବି ଜଣାଇଥିଲେ। ଗତକାଲି ବିଧାୟକ ଶ୍ରୀ ମହାନ୍ତି ଙ୍କ ନେତୃତ୍ୱ ରେ ଏକ ପ୍ରତିନିଧି ଦଳ ରେଙ୍ଗାଳି ପ୍ରକଳ୍ପ ଡାକ୍ତରଖାନା କୁ ସ୍ୱାସ୍ଥ୍ୟ ବିଭାଗ ଅଧୀନ କୁ ନେବାପାଇଁ ସ୍ଵାସ୍ତ୍ୟ ମନ୍ତ୍ରୀ ଶ୍ରୀ ମହାଲିଂଗ କୁ ସାକ୍ଷତ କରି ଦାବି ଜଣାଇଥିଲେ। ସ୍ଵାସ୍ତ୍ୟ ମନ୍ତ୍ରୀ ଶ୍ରୀ ମହାଲିଂଗ ଏ ସମ୍ପର୍କ ରେ ଜଲସମ୍ପଦ ବିଭାଗ ର ମୁଖ୍ୟଯନ୍ତ୍ରୀ ଙ୍କ ସହ ଟେଲିଫୋନ ରେ କଥାହେବା ସହ ରେଙ୍ଗାଳି ପ୍ରକଳ୍ପ ଡାକ୍ତରଖାନା କୁ ତୁରନ୍ତ ସ୍ଵାସ୍ତ୍ୟ ବିଭାଗ କୁ ହସ୍ତାନ୍ତର କରିବାକୁ ନିର୍ଦେଶ ଦେଇଛନ୍ତି.ଜଳସମ୍ପଦ ଓ ସ୍ୱାସ୍ଥ୍ୟ ବିଭାଗ ମଧ୍ୟରେ ସରକାରୀ ସ୍ତରୀୟ ଆଲୋଚନା ପରେ ତୁରନ୍ତ ରେଙ୍ଗାଳି ପ୍ରକଳ୍ପ ଡାକ୍ତରଖାନାକୁ ସ୍ୱାସ୍ଥ୍ୟ ବିଭାଗ କୁ ଖୁବ ଶୀଘ୍ର ହସ୍ତାନ୍ତର ହେଵ ବୋଲି ବିଧାୟକ ଙ୍କ ପ୍ରତିନିଧି ମଣ୍ଡଳ କୁ ପ୍ରତିଶୃତି ଦେଇଛନ୍ତି.. ପ୍ରକଳ୍ପ ଡାକ୍ତରଖାନା ସ୍ୱାସ୍ଥ୍ୟ ବିଭାଗ କୁ ଆସିଲେ ସ୍ଥାନୀୟ ଅଂଚଳ ର ଜନସାଧାରଣ ଉତ୍ତମ ସେବା ପାଇ ପାରିବେ ଵୋଲି ବିଧାୟକ ଶ୍ରୀ ମହାନ୍ତି ପ୍ରକାଶ କରିଛନ୍ତି. ଶତ୍ରୁଘ୍ନ ପ୍ରଧାନ,ସଞ୍ଜୟ ସାହୁ, ତରୁଣ ସାହୁ. ଅକ୍ଷୟ ସାହୁ ପ୍ରତିନିଧି ମଣ୍ଡଳୀ ରେ ଥିଲେ ,ରେଙ୍ଗାଳି ଡାକ୍ତରଖାନା ଟି ୧୯୭୩ ମସିହାରୁ ଜଲସମ୍ପଦ ଅଧୀନ ରେ ରହିଅଛି.ସେହି ସମୟରେ ଆବଶ୍ୟକ ଡାକ୍ତର ଓ ନର୍ସ ନିଯୁକ୍ତି ହୋଇଥିଲେ. ୬ବର୍ଷ ହେଲା ଡାକ୍ତର ନଥିବା ବେଳେ ଜଣେ ଷ୍ଟାଫ ନର୍ସ ଓ ଜଣେ କମ୍ପାଉଡର ଦ୍ୱାରା ସ୍ଵାସ୍ତ୍ୟ ସେବା ଚାଲିଛି.. ସ୍ଥାନୀୟ ପାୱାର ଗ୍ରୀଡ଼ପକ୍ଷରୁ ଗୋଟିଏ ଏକ୍ସ ରେ ମେସିନ ଆକୱାଗାର୍ଡ ଚେୟାର ଓ ବିଭିନ୍ନ ଉପକରଣ ଯୋଗାଇ ଦିଆଯାଇଥିଲା କିନ୍ତୁ ବ୍ୟବହାର ନକରାଯାଇ ଏସବୁ ଖତ ହୋଇଗଲାଣି. ସ୍ଥାନୀୟ ବିଧାୟକ ମହାନ୍ତି ଙ୍କ ଅନୁରୋଧ କ୍ରମେ ଓ ଏଚ ପି ସି ପକ୍ଷରୁରେଙ୍ଗାଳି ପ୍ରକଳ୍ପ ଡାକ୍ତରଖାନାର ଉନ୍ନତି କରଣ ପାଇଁ ଓ ଥଣ୍ଡା ପାନୀୟ ଜଳ ପାଇଁ ୨୮ଲକ୍ଷ ପ୍ରଦାନ କରିଛନ୍ତି.ଏତେ ସବୁ ସୁବିଧା ଥିବା ସତ୍ୱେ ବିଗତ ଦିନରେ ଏ ଅଂଚଳ ବାସୀ ବହୁ ଅସୁବିଧା ର ସମ୍ମୁଖୀନ ହୋଇଥିଲେ କିନ୍ତୁ ଚଳିତ ବର୍ଷ ଏହି ମେଡିକାଲ ଟି ନୁତନ ସେବା ଯୋଗାଇ ଦିଆଯିବ ବୋଲି ବିଧାୟକ ପ୍ରତିଶୃତି ଦେଇଛନ୍ତି..