ତାଳଚେର :ତା 11/03: ତାଳଚେର ଗୋଡ଼ିବନ୍ଧ ରାସ୍ତାରେ ଜାତୀୟ ରାଜପଥ ଉପରେ ପାଉଁଶ ବୋଝଇ ଟ୍ରକ ଦୁର୍ଘଟଣା ରେ ଦମ୍ପତି ଙ୍କର ଶୋଚନୀୟ ଭାବେ ମୃତ୍ୟୁ ଘଟିଥିଲା |ସମଲ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ର. ଆଚାର୍ଯ୍ୟ ମଦନ ମୋହନ ସାହୁ ଏବଂ ତାଙ୍କର ଧର୍ମପତ୍ନୀ ଚତୁରୀ ସାହୁ ଙ୍କର ରାସ୍ତା ଦୁର୍ଘଟଣାରେ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା |ତାଳଚେର ଉପ ଜିଲ୍ଲାପାଳ ସମୀର କୁମାର ଜେନା ରେଡ଼କ୍ରସ ତରଫରୁ 20 ହଜାର ଟଙ୍କା ଆର୍ଥିକ ସହାୟତା ତାଙ୍କର ପରିବାର କୁ ପ୍ରଦାନ କରିବା ସହ ସମବେଦନା ଜଣାଇଛନ୍ତି |ଆମ୍ବମୁଣ୍ଡା ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ର ପ୍ରଧାନ ଆଚାର୍ଯ୍ୟ ମାୟାଧର ସାହୁ ଙ୍କ ଉପସ୍ଥିତି ରେ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ର ସେକସନ ଅଫିସର ନଗେନ କୁମାର ଶତପଥୀ, ରେଭେନ୍ୟୁ ଆସିଷ୍ଟାଣ୍ଟ ମଧୁସୂଦନ ଭୋଇ ତାଙ୍କ ରଜଡଙ୍ଗ ଗ୍ରାମରେ ସ୍ବର୍ଗତ ଗୁରୁଜୀ ଙ୍କର ଏକମାତ୍ର କନ୍ୟା ଜୀ ନମ୍ରତା ଙ୍କୁ ଚେକ ଆକାରରେ ସହାୟତା ରାଶି ପ୍ରଦାନ କରିଛନ୍ତି |