ବୌଦ୍ଧ:- ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଆନ୍ତର୍ଜାତୀୟ ମହିଳା ଦିବସ ଅବସରରେ ସମବାୟ ବିଭାଗ ପକ୍ଷରୁ ଏକ ୱାକାଥନର ଶୁଭାରମ୍ଭ ହୋଇଯାଇଛି l ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ପତାକା ଦେଖାଇ ୱାକାଥନର ଶୁଭାରମ୍ଭ କରିଥିଲେ l ୱାକାଥନ କଚେରୀ ଛକ, ଆରକ୍ଷୀ ଅଧିକ୍ଷକଙ୍କ ବାସଭବନ ଛକ ଦେଇ ଆଦର୍ଶ କୃଷି ବଜାର ନିକଟରେ ପହଞ୍ଚିଥିଲା l ସମବାୟ ସମିତି ମାଧ୍ୟମରେ ମହିଳା ସଶକ୍ତିକରଣର ସଚେତନତାର ବାର୍ତ୍ତା ସମସ୍ତଙ୍କୁ ଦିଆଯାଇଥିଲା l ଉକ୍ତ ୱାକାଥନରେ ଜିଲ୍ଲାପାଳ ଶ୍ରୀ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ପ୍ରଭାସ ଚନ୍ଦ୍ର ଦଣ୍ଡସେନା, ଉପ ଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ, ହରଭଙ୍ଗା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶରତ କୁମାର ସେଠୀ, ସମବାୟ ସମିତି ସମୂହର ଉପ ନିବନ୍ଧକ ହାଡ଼ିବନ୍ଧୁ ମହାଖୁଡଙ୍କ ସମେତ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଅଂଶଗ୍ରହଣ କରିଥିଲେ l